ଓଡିଶା

odisha

ଚୀନ ଆପ୍ ବ୍ୟାନ କରି ସ୍ବଦେଶୀ ଆପ ନିର୍ମାତାଙ୍କୁ ସୁଯୋଗ ଦେଇଛନ୍ତି ସରକାର

By

Published : Jun 30, 2020, 3:58 PM IST

ସରକାର ସୋମବାର 59 ଚାଇନିଜ୍ ଆପକୁ ବ୍ୟାନ କରିଛନ୍ତି। ଏହାକୁ ନେଇ ଚୀନ ଏବେ ହରଡଘଣାରେ ପଡିଯାଇଥିବା ବେଳେ ଭାରତର ସ୍ବଦେଶୀ ଆପ୍ ନିର୍ମାତାଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଆଣିଦେଇଛି।

ଚାଇନିଜ୍ ଆପ୍ ବ୍ୟାନ କରି ସ୍ବଦେଶୀ ଆପକୁ ନିର୍ମାତାଙ୍କୁ ସୁଯୋଗ ଦେଇଛନ୍ତି ସରକାର
ଚାଇନିଜ୍ ଆପ୍ ବ୍ୟାନ କରି ସ୍ବଦେଶୀ ଆପକୁ ନିର୍ମାତାଙ୍କୁ ସୁଯୋଗ ଦେଇଛନ୍ତି ସରକାର

ନୂଆଦିଲ୍ଲୀ: ଚୀନର ଚାଲାଖି ଓ ଜାତୀୟ ସୁରକ୍ଷାକୁ ଆଖିରେ ରଖି ଭାରତ ସରକାର ସୋମବାର 59 ଚାଇନିଜ୍ ଆପକୁ ବ୍ୟାନ କରିଛନ୍ତି। ଏହାକୁ ନେଇ ଚୀନ ଏବେ ହରଡଘଣାରେ ପଡିଯାଇଥିବା ବେଳେ ଭାରତ ସରକାର ସ୍ବଦେଶୀ ଆପ୍ ନିର୍ମାତାଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। କାରଣ ଏହା ହିଁ ସଠିକ୍ ସମୟରେ ଭାରତୀୟ ଡେଭଲପର୍ସଙ୍କ ସୁଯୋଗ ଦେବା ସହ ଭାରତୀୟ ଆପ୍ ଇକୋସିଷ୍ଟମକୁ ସମୃଦ୍ଧ କରିବାରେ ସାହାଯ୍ୟ କରିବ।

ସୂଚନା ଥାଉକି, ଗଲୱାନ ଘାଟିରେ ସଙ୍ଘର୍ଷ ପରେ ଚୀନକୁ କଡା ଯବାବ ଦେବା ପାଇଁ ଭାରତ ସରକା ଟିକ୍‌ଟକ୍ ଆପ୍ କୁ ବ୍ୟାନ କରିଛନ୍ତି। ଏହାସହ ଭାରତୀୟ ମୋବାଇଲରେ ବ୍ୟବହୃତ 59 ଚାଇନିଜ ଆପ୍‌କୁ ନିଷିଦ୍ଧ କରାଯାଇଛି । ଏହି ଆପ୍‌ ମଧ୍ୟରେ ମୁଖ୍ୟ ଆପ୍ ଗୁଡିକ ହେଲା- ଟିକଟକ୍, ହେଲୋ, ସେୟାର ଇଟ୍, ୟୁସି ବ୍ରାଉଜର, ବାଇଡୁ ମ୍ୟାପ୍, କ୍ଲବ ଫ୍ୟାକ୍ଟ୍ରି, ଏମଆଇ କମ୍ୟୁନି, ୱି ଚାଟ୍, ୟୁସି ନ୍ୟୁଜ୍, ୱେବୋ, ଜେଣ୍ଡର, ମିଟୁ, କ୍ୟାମସ୍କାନର ।

ତେବେ ଚୀନ ଆପ୍ ପ୍ଲାଟଫର୍ମ ବିରୁଦ୍ଧରେ ସରକାରଙ୍କ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, ଯେଉଁଥିରେ ଗୁରୁତର ଗୋପନୀୟତା, ସାଇବର ସୁରକ୍ଷା ଏବଂ ଜାତୀୟ ସୁରକ୍ଷା ବିପଦ ରହିଛି ବୋଲି ଇନମୋବି ଗ୍ରୁପ୍‌ର ପ୍ରତିଷ୍ଠାତା କହିଛନ୍ତି।

ସେୟାର ଚାଟ୍ ହେଉଛି ଏକ ଭାରତୀୟ ଭିଡିଓ ଆପ୍ ଯାହା ସର୍ଟ-ଭିଡିଓ ତିଆରି କରିପାରେ । ଆପ୍ ଉପଭୋକ୍ତାମାନଙ୍କୁ ପ୍ଲାଟଫର୍ମରେ ଥିବା ଅନ୍ୟ ଉପଭୋକ୍ତାମାନଙ୍କ ସହିତ ଯୋଗାଯୋଗକୁ ଅନୁମତି ଦିଏ। ଇନମୋବି ଗ୍ରୁପ୍‌ର ପ୍ରତିଷ୍ଠାତା ତଥା ସିଇଓ ନବୀନ ତିୱାରୀ କହିଛନ୍ତି ଯେ ଏହା ହେଉଛି ଡିଜିଟାଲ୍ 'ଆତ୍ମ ନିର୍ଭର' ମୁହୂର୍ତ୍ତ ଯାହା ଅଧିକାଂଶ ଭାରତୀୟଙ୍କ ପାଇଁ ମୂଳୋତ୍ପାଟନ କରୁଛନ୍ତି।

ତିୱାରୀ କହିଛନ୍ତି, "ଗୁଗଲ୍ ପ୍ଲେ ଷ୍ଟୋରରେ ଏକ ନମ୍ବର ଟପ୍ ଭିଡିଓ ଆପ୍ ଭାବରେ ରୋପୋସୋ ରହିଛି। ଏହି ସ୍ବଦେଶୀ ଆପ ସମସ୍ତ ଆପର ନେତୃତ୍ୱ ନେବାକୁ ବହୁତ ଭଲ ସ୍ଥିତିରେ ଅଛି। ରୋପୋସୋ ବିଶ୍ବାସ ଏବଂ ପ୍ରେମ ଉପରେ 55 ମିଲିୟନ୍ ଭାରତୀୟ ଉପଭୋକ୍ତା ପାଖରେ ରହିଛି।"

ଭାରତୀୟ ବ୍ୟବହାରକାରୀଙ୍କ ତଥ୍ୟର ଗୋପନୀୟତାକୁ ସୁନିଶ୍ଚିତ କରିବା ଏବଂ ଏହି ଆପଗୁଡିକ ଆମର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଦେଶରୁ ରକ୍ଷା କରିବା ପାଇଁ ଚାଇନିଜ୍ ଆପ୍ ଉପରେ ନିଷେଧାଦେଶ ଏକ ମହତ୍ବ ପଦକ୍ଷେପ ବୋଲି ସିଇଓ ତଥା ପ୍ରତିଷ୍ଠାତା ରୁଟର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ 6 ବର୍ଷ ମଧ୍ୟରେ ଭାରତୀୟ ଟେକ୍ନୋଲୋଜି ଇକୋସିଷ୍ଟମ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛି ଏବଂ ଦୁନିଆର ଅନ୍ୟ କୌଣସି ଷ୍ଟାର୍ଟଅପ୍ ଇକୋସିଷ୍ଟମର ସାମର୍ଥ୍ୟ ସହିତ ସମାନ ଅଟେ।

ABOUT THE AUTHOR

...view details