ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ କବଳିତ ଜାପାନ ଜାହାଜ ଡାଇମଣ୍ଡ ପ୍ରିନ୍ସେସରେ ଥିବା ଭାରତୀୟ କ୍ରୁ ମେମ୍ବର ଓ ନାଗରିକମାନେ ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଏୟାର ଇଣ୍ଡିଆ ପକ୍ଷରୁ ପଠାଇଯାଇଥିବା ଫ୍ଲାଇଟ ଯୋଗେଁ ସମସ୍ତଙ୍କୁ ଦିଲ୍ଲୀ ଫେରାଇ ଅଣାଯାଉଛି । ଯେଉଁମାନେ ଭାଇରସ ଦ୍ବାରା ଆକ୍ରାନ୍ତ ହୋଇ ନାହାନ୍ତି, ସେମାନେ ହିଁ ଏହି ଫ୍ଲାଇଟରେ ଭାରତ ଆସୁଛନ୍ତି ।
ଦିଲ୍ଲୀ ଫେରୁଛନ୍ତି କୋରୋନା କବଳିତ ଡାଇମଣ୍ଡ ପ୍ରିନ୍ସେସରେ ଥିବା ଭାରତୀୟ ନାଗରିକ - coronavirus-hit Diamond Princess
କୋରୋନା ଭାଇରସ କବଳିତ ଜାପାନ ଜାହାଜ ଡାଇମଣ୍ଡ ପ୍ରିନ୍ସେସରେ ଥିବା ଭାରତୀୟ କ୍ରୁ ମେମ୍ବର ଓ ନାଗରିକମାନଙ୍କୁ ଏୟାରଇଣ୍ଡିଆ ଫ୍ଲାଇଟ ଯୋଗେ ଭାରତ ଫେରାଇ ଅଣାଯାଉଛି । ଅଧିକ ପଢନ୍ତୁ...
ଦିଲ୍ଲୀ ଆସୁଛନ୍ତି କୋରୋନା କବଳିତ ଡୟମଣ୍ଡ ପ୍ରିନ୍ସେସରେ ଥିବା ଭାରତୀୟ ନାଗରିକ
ପରୀକ୍ଷଣ ପରେ ଜାହାଜରେ ଥିବା ଯାତ୍ରୀଙ୍କ ମଧ୍ୟରୁ 16 ଜଣ ଆକ୍ରାନ୍ତ ଥିବା ଜଣାପଡିବା ପରେ ଅନ୍ୟ ଭାରତୀୟଙ୍କୁ ଏୟାର ଇଣ୍ଡିଆର ଫ୍ଲାଇଟ ଯୋଗେଁ ଦିଲ୍ଲୀ ଅଣାଯାଉଛି । ଟୋକିଓ ନିକଟ ୟୋକହାମା ବନ୍ଦରରେ ଥିବା ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ ମୋଟ 3711 ଯାତ୍ରୀ ଥିଲେ । ଏମାନଙ୍କ ମଧ୍ୟରୁ ଭାରତୀୟ 132 କ୍ରୁ ମେମ୍ବର ଓ 138 ଜଣ ନାଗରିକ ରହିଥିଲେ ।
@ANI