ନୂଆଦିଲ୍ଲୀ: କୁଏତକୁ କୋରୋନା ମୁକାବିଲାରେ ସହାୟତା ପାଇଁ ଭାରତ ସହଯୋଗର ହାତ ବଢାଇଛି । ମହାମାରୀର ମୁକାବିଲା କରିବା ପାଇଁ ‘ଭାରତୀୟ କୋରୋନା ୱାରିୟର୍ସ ଦଳ’ ଆଜି କୁଏତ ଗସ୍ତ କରିବ । ଭାରତ ପକ୍ଷରୁ C-130 ବିମାନରେ ଡାକ୍ତରୀ ଟିମ ସହିତ ଓ ଚିକିତ୍ସା ଉପକରଣ ପଠାଯାଉଛି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଭାରତ ନିଜର ବନ୍ଧୁ ପଡୋଶୀ ରାଷ୍ଟ୍ର ମାନଙ୍କୁ ସମର୍ଥନ କରୁଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ।
କୁଏତ୍ ଯିବେ ଭାରତୀୟ କୋରୋନା ଯୋଦ୍ଧା - ଭାରତୀୟ କୋରୋନା ୱାରିୟର୍ସ ଦଳ
କୁଏତକୁ କୋରୋନା ମୁକାବିଲାରେ ସହାୟତା ପାଇଁ ଭାରତ ସହଯୋଗର ହାତ ବଢାଇଛି । ମହାମାରୀର ମୁକାବିଲା କରିବା ପାଇଁ ‘ଭାରତୀୟ କୋରୋନା ୱାରିୟର୍ସ ଦଳ’ ଆଜି କୁଏତ ଗସ୍ତ କରିବ । ଅଧିକ ପଢନ୍ତୁ...
କୁଏତ ଯିବେ ଭାରତୀୟ କୋରୋନା ଯୋଦ୍ଧା
କୁଏତ ଗସ୍ତ କରୁଥିବା ‘ରାପିଡ ରେସପନ୍ସ ଟିମ’ରେ 15 ଜଣ ଡାକ୍ତର ଓ ଟେକ୍ନିସିଆନ ରହିଛନ୍ତି । ଏହି ଟିମ କୁଏତର ଦକ୍ଷତା ବୃଦ୍ଧି କରିବାରେ ସହାୟତା ପ୍ରଦାନ କରିବେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି । ଭାରତର ସଶସ୍ତ୍ର ବାହିନୀ COVID19 ମୁକାବିଲା କରିବାରେ ପୂର୍ବରୁ ଜଡିତ ରହିଥିବା ମନ୍ତ୍ରଣାଳୟ କହିଛି ।
@ANI