ନୂଆଦିଲ୍ଲୀ: ସାମୁଦ୍ରିକ ଅପରେଶନ ସମୟରେ ମିଆଁମାରର ଏକ ସନ୍ଦିଗ୍ଧ ଜାହାଜକୁ ଠାବ କରିଛି ଭାରତୀୟ ତଟରକ୍ଷା ବାହିନୀର ଜାହାଜ ଅରୁଣା ଆସଫ ଅଲ୍ଲୀ । ଏହି ଜାହାଜରେ 6 ଜଣ କୃ-ମେମ୍ବର ଉପସ୍ଥିତ ଥିଲେ । ତେବେ ସମସ୍ତଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ତଟରକ୍ଷା ବାହିନୀ । ବିସ୍ତୃତ ପଚାରାଉଚରା ପାଇଁ ସେମାନଙ୍କୁ ପୋର୍ଟ ବ୍ଲେୟର ନିଆଯିବ ବୋଲି ଜଣାପଡିଛି ।
ଆଣ୍ଡାମାନ ଦ୍ବୀପ ନିକଟରେ ମିଆଁମାର ଜାହାଜ ଠାବ, 6 ଅଟକ - myanmarese boat little
ସାମୁଦ୍ରିକ ଅପରେଶନ ସମୟରେ ମିଆଁମାରର ଏକ ସନ୍ଦିଗ୍ଧ ଜାହାଜକୁ ଠାବ କରିଛି ଭାରତୀୟ ତଟରକ୍ଷା ବାହିନୀର ଜାହାଜ ଅରୁଣା ଆସଫ ଅଲ୍ଲୀ । ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା..
ଫଟୋ ସୌଜନ୍ୟ: ଏଏନଆଇ
ସୂଚନା ମୁତାବକ, ଡିସେମ୍ବର 20 ତାରିଖରେ ଭାରତୀୟ ତଟରକ୍ଷା ବାହିନୀ ଆଣ୍ଡାମାନ ଦ୍ବୀପ ସମୂହ ନିକଟରେ ଏହି ଜାହାଜକୁ ସନ୍ଦିଗ୍ଧ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହାପରେ ତଟରକ୍ଷା ବାହିନୀର ଜାହାଜ ଅରୁଣା ଆସଫ ଅଲ୍ଲୀ ସାହାଯ୍ୟରେ ତାକୁ ଠାବ କରିବାରେ ସଫଳ ହୋଇଥିଲେ ଯବାନମାନେ । ସେପଟେ ମିଆଁମାରର ଜାହାଜ ଠାବ ହେବା ପରେ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଏହି ଅଞ୍ଚଳରେ କିଛି ଦିନ ପୂର୍ବରୁ ହିଁ ଚୀନର ଏକ ଜାହାଜ ଶୀ ୟାନ-1 ସନ୍ଦିଗ୍ଧ ଅବସ୍ଥାରେ ଦେଖିବାକୁ ମିଳିଥିଲା ।