ଓଡିଶା

odisha

ETV Bharat / bharat

ଗଲୱାନ ଘାଟିରେ ଶହୀଦ ଯବାନଙ୍କୁ ଭାରତୀୟ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳୀ - indian-army

ଗଲୱାନ ଘାଟିରେ ଚୀନ ସେନାଙ୍କ ସହ ମୁହାଁମୁହିଁ ସଙ୍ଘର୍ଷରେ ଶହୀଦ ହୋଇଛନ୍ତି 20 ଭାରତୀୟ ଯବାନ। ଶହୀଦ ସେନା କର୍ମଚାରୀଙ୍କ ମଧ୍ୟରେ ଥିବା ନାଏକ ଡିଏସଭି ସଚିନ ବିକ୍ରମଙ୍କୁ ଶୁକ୍ରବାର ଦିନ ଭାରତୀୟ ସେନାର ସଦସ୍ୟମାନେ ଶେଷ ସମ୍ମାନ ଜଣାଇଛନ୍ତି।

ଗଲୱାନ ଘାଟିରେ ଶହୀଦ ଯବାନଙ୍କୁ ଭାରତୀୟ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳୀ
ଗଲୱାନ ଘାଟିରେ ଶହୀଦ ଯବାନଙ୍କୁ ଭାରତୀୟ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

By

Published : Jun 27, 2020, 8:29 AM IST

ପୁଣେ: ଗଲୱାନ ଘାଟିରେ ଚୀନ ସେନାଙ୍କ ସହ ମୁହାଁମୁହିଁ ସଙ୍ଘର୍ଷରେ ଶହୀଦ ହୋଇଛନ୍ତି 20 ଭାରତୀୟ ଯବାନ। ତେବେ ସମସ୍ତ ଶହୀଦ ସେନାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଦାୟ ଦିଆଯାଉଛି। ସେନା କର୍ମଚାରୀଙ୍କ ମଧ୍ୟରୁ ଶହୀଦ ନାଏକ ଡିଏସଭି ସଚିନ ବିକ୍ରମଙ୍କୁ ଶୁକ୍ରବାର ଦିନ ଭାରତୀୟ ସେନାର ସଦସ୍ୟମାନେ ଶେଷ ସମ୍ମାନ ଜଣାଇଛନ୍ତି।

ଶହୀଦଙ୍କ ମର ଶରୀରରକୁ ପୁଣେ ବିମାନବନ୍ଦରରେ ମୁଖ୍ୟାଳୟ ଦକ୍ଷିଣ ମହାରାଷ୍ଟ୍ର ଏବଂ ଗୋଆ ଅଞ୍ଚଳର ସୌନିକମାନେ ପୂର୍ଣ୍ଣ ସାମରିକ ସମ୍ମାନ ସହିତ ଗ୍ରହଣ କରିଛନ୍ତି।

ପୁଣେ ଷ୍ଟେସନ କମାଣ୍ଡରଙ୍କ ଦ୍ୱାରା ବୀର ସୌନିକଙ୍କ ସମ୍ମାନାର୍ଥେ ଆର୍ମି କମାଣ୍ଡର ଏବଂ ସାଉଥ୍ କମାଣ୍ଡର ସମସ୍ତେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ସେହି ପରି ଉପସ୍ଥିତ ଅନ୍ୟ ସୌନିକ ମାନେ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଆସନ୍ତାକାଲି ଶହୀଦ ଯବାନଙ୍କ ଶେଷ କୃତ୍ୟ ତାଙ୍କ ବାସଭବନରେ କରାଯିବ।

ସୂଚନା ଥାଉକି, ଜୁନ୍ 15 ଓ 16 ରେ ଗଲୱାନ୍ ଉପତ୍ୟକାରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ଲାଗିରହିଥିଲା ବିବାଦ। ଏହି ପରିସ୍ଥିତି ଉଗ୍ର ରୂପ ନେବା ସହ ପଥର, ରଡ ଓ ବିଭିନ୍ନ ଅସ୍ତ୍ରରେ ହିଂସାତ୍ମକ ମୁକାବିଲାରେ 20 ଜଣ ଭାରତୀୟ ସୈନିକ ଶହୀଦ ହୋଇଛନ୍ତି। ଭାରତୀୟ ହସ୍ତକ୍ଷେପରୁ ଜଣାପଡିଛି ଯେ ଏହି ସଂଘର୍ଷରେ ଚୀନ୍ ପକ୍ଷରୁ 43 ଜଣ ନିହତ ହୋଇଛନ୍ତି।

ABOUT THE AUTHOR

...view details