ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ଭାରତୀୟ ସେନା କୌଣିସ ମତେ ଆତଙ୍କବାଦୀଙ୍କୁ ଭାରତ ସୀମାରେ ଅନୁପ୍ରବେଶ ଯୋଜନାକୁ ପଣ୍ଡ କରୁଛନ୍ତି । ଏପରି କ୍ଷେତ୍ରରେ ପାକିସ୍ତାନରୁ ଆତଙ୍କବାଦୀମାନେ ଭାରତ-ନେପାଳ ସୀମାରେଖା ଦେଇ ଅନୁପ୍ରବେଶ ଉଦ୍ୟମ କରୁଥିବା ଗୁଇନ୍ଦା ବିଭାଗରୁ ସୂଚନା ମିଳିଛି ।
ନେପାଳ ସୀମା ଦେଇ ଭାରତକୁ ଆତଙ୍କବାଦୀ ପଠାଉଛି ପାକିସ୍ତାନ - terrorists
ପାକିସ୍ତାନୀ ଆତଙ୍କବାଦୀ ଲଗାତାର ଭାରତରେ ଅନୁପ୍ରବେଶ କରିବା ପାଇଁ ନୂଆ ନୂଆ ରାସ୍ତା ବାଛୁଛନ୍ତି । ଆତଙ୍କବାଦୀମାନେ ଭାରତ-ନେପାଳ ସୀମାରେଖା ଦେଇ ଅନୁପ୍ରବେଶ ଉଦ୍ୟମ କରୁଥିବା ଗୁଇନ୍ଦା ବିଭାଗରୁ ସୂଚନା ମିଳିଛି ।
ସୂଚନା ମୁତାବକ, ଏପର୍ଯ୍ୟନ୍ତ 3 ଜଣ ଆତଙ୍କବାଦୀ ନେପାଳ ସୀମାରେଖା ଦେଇ ଭାରତକୁ ପ୍ରବେଶ କରିଛନ୍ତି । ଏମାନେ ଉତ୍ତର କାଶ୍ମୀରର ବାନ୍ଦିପୋରାରେ ପହଞ୍ଚିଛନ୍ତି । ସେମାନଙ୍କୁ ସାଜିଦ ଓରଫ ହାଇଦର ନାମକ ଜଣେ ଆତଙ୍କବାଦୀ ଅନ୍ୟ ଜଣେ ଆତଙ୍କୀ ସାଥି ସାହାଯ୍ୟରେ କାଶ୍ମୀର ପହଞ୍ଚାଇଛନ୍ତି । ରିପୋର୍ଟ ମୁତାବକ ଆତଙ୍କବାଦୀ ସାଜିଦ କାଶ୍ମୀରର ସୋପୋରରେ ସକ୍ରିୟ ଅଛି । ସାଜିଦ ନିଜର ଅନ୍ୟ ସାଥିଙ୍କ ସହ ନେପାଳର କାଠମାଣ୍ଡୁ ପହଞ୍ଚିଥିଲା । ସେଠାରୁ ସେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଉତ୍ତର କାଶ୍ମୀର ଆଣିବାରେ ସଫଳ ହୋଇଛି ।
ତେବେ ଏପର୍ଯ୍ୟନ୍ତ ଏହି ରାସ୍ତା ଦେଇ କୌଣିସ ଆତଙ୍କବାଦୀ ଭାରତରେ ପ୍ରବେଶ କରିନାହାଁନ୍ତି । ଗତ ଦୁଇ ବର୍ଷ ଅର୍ଥାତ 2017 ଏବଂ 2018 ଠାରୁ ଭାରତ-ନେପାଳ ସୀମାରେଖା ଦେଇ କୌଣିସ ଅନୁପ୍ରବେଶକାରୀଙ୍କ ପ୍ରବେଶ ନେଇ କୌଣସି ଘଟଣା ଘଟିନି । ଚଳିତଥର ପ୍ରଥମ ଥର ପାଇଁ ପାକିସ୍ତାନୀ ଆତଙ୍କବାଦୀ ଏହି ରାସ୍ତା ଆପଣାଇଛନ୍ତି ।