ଓଡିଶା

odisha

By

Published : Oct 21, 2020, 2:55 PM IST

ETV Bharat / bharat

ଡେମଚୌକରୁ ଗିରଫ ଚୀନ ଯବାନକୁ ହସ୍ତାନ୍ତର କଲା ଭାରତ

ପୂର୍ବ ଲଦାଖର ଡେମଚୌକରେ ନିୟନ୍ତ୍ରଣ ସୀମା ଅତିକ୍ରମ କରି ଗିରଫ ହୋଇଥିବା ଚୀନ ସୈନିକକୁ ସ୍ବଦେଶକୁ ହସ୍ତାନ୍ତର କଲା ଭାରତୀୟ ସେନା । ଅଧିକ ପଢନ୍ତୁ...

ଡେମଚୌକରୁ ଗିରଫ ଚୀନ ସୈନିକକୁ ସ୍ବଦେଶ ହସ୍ତାନ୍ତର
ଡେମଚୌକରୁ ଗିରଫ ଚୀନ ସୈନିକକୁ ସ୍ବଦେଶ ହସ୍ତାନ୍ତର

ନୂଆଦିଲ୍ଲୀ: ଲଦାଖର ଡେମଚୌକ ଅଞ୍ଚଳରେ ଗିରଫ ହୋଇଥିବା ଚୀନ ସୈନିକକୁ ସ୍ବଦେଶକୁ ହସ୍ତାନ୍ତର କଲା ଭାରତୀୟ ସେନା । କିଛି ଔପଚାରିକ କାଗଜପତ୍ର କାର୍ଯ୍ୟ ସଂପୂର୍ଣ୍ଣ ପରେ ମଙ୍ଗଳବାର ରାତିରେ ଚୁସୁଲ ଠାରେ ସୈନିକକୁ ପିପୁଲ୍ସ ଲିବେରେସନ ଆର୍ମିକୁ ହସ୍ତାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ଯବାନ ଜଣକ ସୋମବାର ଦିନ ଭାରତୀୟ ସୀମାକୁ ପ୍ରବେଶ କରିଥିଲା । ପୂର୍ବ ଲଦାଖର ଡେମଚୌକ ସେକ୍ଟରରୁ ଉକ୍ତ ସୈନିକକୁ ଗିରଫ କରିଥିଲା ଭାରତୀୟ ସେନା । ତା' ନିକଟରୁ ସିଭିଲ ଓ ମିଲିଟାରି ଦସ୍ତାବିଜ ଜବତ ହୋଇଥିଲା । ଗିରଫ ସୈନିକକୁ ସୀମାରେ ପ୍ରବେଶର କାରଣ ସମ୍ପର୍କରେ ମଧ୍ୟ ପଚରାଉଚରା କରାଯାଇଥିଲା । ତେବେ ସେ ଅଜଣାତରେ ସୀମାରେ ପ୍ରବେଶ କରିଥିବା ଜଣାପଡ଼ିଛି । ଏହାପରେ ତାକୁ ମୁକ୍ତ କରାଯାଇ ସ୍ବଦେଶକୁ ପଠାଯାଇଛି ।

କିଛି ସମୟର ରହଣି ମଧ୍ୟରେ ଚୀନ ସୈନିକକୁ ଆବଶ୍ୟକ ଖାଦ୍ୟ, ଅମ୍ଲଜାନ, ଅଞ୍ଚଳର ଜଳବାୟୁ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଗରମ ପୋଷାକ ଓ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ପ୍ରଦାନ କରାଯାଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି ।

ଗତ 6 ମାସ ହେଲା ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗିରହିଛି । ଏହି ଉତ୍ତେଜନାକୁ କମ କରିବା ପାଇଁ ଅନେକ ପର୍ଯ୍ୟାୟ ସେନା ସ୍ତରୀୟ ବୈଠକ ବସିସାରିଛି । ହେଲେ କୌଣସି ସୁଫଳ ମିଳିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details