ଡେରାଡୁନ: ଆଜି(ଶନିବାର) ଭାରତୀୟ ସାମରିକ ଏକାଡେମୀ ପାସିଂ ଆଉଟ ପରେଡରେ 423 ଜଣ କ୍ୟାଡେଟ ଅଂଶଗ୍ରହଣ କରିବେ । ଏଥିରେ 333 ଜଣ ଭାରତୀୟ କ୍ୟାଡେଟ ଓ 90ଜଣ ବିଦେଶୀ କ୍ୟାଡେଟ ସାମିଲ ହେବେ । 333 ଜଣ ଭାରତୀୟ ସାମରିକ ଏକାଡେମୀ ଦେଇ ଭାରତୀୟ ସେନାରେ ଅଧିକାରୀ ଭାବରେ ନିଯୁକ୍ତ ହେବେ । ଆଇଏମଏ ପାସିଂ ଆଉଟ ପରେଡରେ ଉତ୍ତରପ୍ରଦେଶରେ ଏଥର ସର୍ବାଧିକ 66 କ୍ୟାଡେଟ ଅଛନ୍ତି । ଏହା ସହ 31 ଜଣ କ୍ୟାଡେଟ ଉତ୍ତରପ୍ରଦେଶରୁ ସେନାରେ ଅଧିକାରୀ ଭାବରେ ନିଯୁକ୍ତ ହେବାକୁ ଯାଉଛନ୍ତି । ଏହି ତାଲିକାରେ 39 କ୍ୟାଡେଟଙ୍କ ସହ ହରିୟାଣା ଦ୍ବିତୀୟ ସ୍ଥାନରେ ରହିଛି ।
ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାନେଙ୍କ ଉପସ୍ଥିତିରେ କ୍ୟାଡେଟ ମାନେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତଥର ଆଇଏମଏ ଜେଣ୍ଟଲମ୍ୟାନ କ୍ୟାଡେଟ ମାନ ଚାଟଉଡ୍ ବିଲଡିଂରୁ ସେମାନଙ୍କ କ୍ୟାରିୟରର ପ୍ରଥମ ପାହାଚକୁ ଯିବେ । ସେମାନଙ୍କୁ ଶେଷ କାର୍ଯ୍ୟକ୍ରମ ସହିତ ଉତ୍ତୀର୍ଣ୍ଣ ଅଧିକାରୀମାନଙ୍କୁ ସେମାନଙ୍କ ରେଜିମେଣ୍ଟରେ ନିଯୁକ୍ତି ଦିଆଯିବ ।
ଭାରତୀୟ ସେନାରେ ସାମିଲ ହେବେ 333 ଅଧିକାରୀ କୋରୋନା ମହାମାରୀ ଯୋଗୁଁ ଆଇଏମଏ ଇତିହାସରେ ପ୍ରଥମଥର ପାଇଁ ଚଳିତ ପାସିଂ ଆଉଟ ପରେଡରେ କ୍ୟାଡେଟଙ୍କ ପିତାମାତାଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ଏହାସହ କ୍ୟାଡେଟ ମାନଙ୍କୁ ଖଣ୍ଡା ଓ ପଦକ ଛୁଇଁବାକୁ ମଧ୍ୟ ବାରଣ କରାଯାଇଛି । ଅନ୍ୟପକ୍ଷରେ ସିଧାପ୍ରସାରଣ କରାଯାଉଥିବାରୁ ଚଳିତଥର ଦର୍ଶକଙ୍କ ଗ୍ୟାଲେରୀ ଖାଲି ରହିବ ।
ଭାରତୀୟ ସେନାରେ ସାମିଲ ହେବେ 333 ଅଧିକାରୀ ବିଦେଶୀ ସେନାରେ ନିଯୁକ୍ତି ପାଇବେ 90 ଅଧିକାରୀ...
ଚଳିତ ବର୍ଷର ପାସିଂ ଆଉଟ ପରେଡ ପରେ ଭାରତ ନିଜ ବନ୍ଧୁରାଷ୍ଟ୍ର ମାନଙ୍କୁ 90 ଅଧିକାରୀ ଯୋଗାଇବ । ଆଫଗାନିସ୍ତାନରୁ 48 କ୍ୟାଡେଟ ରହିଥିବା ବେଳେ ଭୁଟାନରୁ 13, ଫିଜିରୁ 2, ମାଲଦ୍ବୀପରୁ 3, ମରିସସରୁ 3, ପାପୁଆ ନ୍ୟୁ ଗିନିରୁ 1, ଶ୍ରୀଲଙ୍କାରୁ 1, ଭିଏତନାମରୁ 1 ଓ ତାଜାକିସ୍ତାନରୁ 18 ଜଣ କ୍ୟାଡେଟ ଉତ୍ତୀର୍ଣ୍ଣ ହେଉଛନ୍ତି ।
ଭାରତୀୟ ସେନାରେ ସାମିଲ ହେବେ 333 ଅଧିକାରୀ ଦେଶର କେଉଁ ରାଜ୍ୟରୁ କେତେ କ୍ୟାଡେଟ...
ଚଳିତବର୍ଷ ଭାରତୀୟ ସେନା 333ଜଣ ବୀର ଅଧିକାରୀଙ୍କୁ ପାଇବାକୁ ଯାଉଛି । ଉତ୍ତରପ୍ରଦେଶରୁ 66 ଜଣ ଅଧିକାରୀ ରହିଥିବା ବେଳେ ହରିୟାଣାରୁ 39, ଉତ୍ତରାଖଣ୍ଡରୁ 31, ବିହାରରୁ 31, ପଞ୍ଜାବରୁ 25, ମହାରାଷ୍ଟ୍ରରୁ 18, ହିମାଚଳ ପ୍ରଦେଶରୁ 14, ଜାମ୍ମୁ କାଶ୍ମୀରରୁ 14, ରାଜସ୍ଥାନରୁ 13, ମଧ୍ୟପ୍ରଦେଶରୁ 13, ଗୁଜରାଟରୁ 8, ଦିଲ୍ଲୀରୁ 8, କର୍ଣ୍ଣାଟକରୁ 7, ପଶ୍ଚିମବଙ୍ଗରୁ 6, ଆନ୍ଧ୍ରପ୍ରଦେଶରୁ 4, ଛତିଶଗଡରୁ 4, ଝାଡଖଣ୍ଡରୁ 4, ମଣିପୁରରୁ 4, ଚଣ୍ଡିଗଡ଼ରୁ 3, ନେପାଳରୁ 2, ଆସାମରୁ 2, ଓଡ଼ିଶାରୁ 2, ତାମିଲନାଡୁରୁ 2, ତେଲେଙ୍ଗାନାରୁ 2 ଅଧିକାରୀ ରହିଛନ୍ତି । ସେହିପରି ମେଘାଳୟ, ମିଜୋରାମ ଓ ଲଦାଖରୁ ଜଣେ ଲେଖାଏଁ କ୍ୟାଡେଟ ଉତ୍ତୀର୍ଣ୍ଣ ହେଉଛନ୍ତି ।
ଉଲ୍ଲେଖଯୋଗ୍ୟ, 1932 ମସିହା ଅକ୍ଟୋବର 1ରେ 40 ଜଣ କ୍ୟାଡେଟଙ୍କୁ ନେଇ ଆଇଏମଏ ପ୍ରତିଷ୍ଠା କରାଯାଇଥିଲା । 1934 ମସିହାରେ ଭାରତୀୟ ମିଲିଟାରୀ ଏକାଡେମୀରୁ ପ୍ରଥମ ବ୍ୟାଚ ଉତ୍ତୀର୍ଣ୍ଣ ହୋଇଥିଲେ । 1971 ମସିହାର ଭାରତ-ପାକିସ୍ତାନ ଯୁଦ୍ଧର ହିରୋ ରହିଥିବା ଭାରତୀୟ ସେନାର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସା ମଧ୍ୟ ଏହାର ଛାତ୍ର ଥିଲେ । ଭାରତୀୟ ମିଲିଟାରୀ ଏକାଡେମୀ ଭାରତ ତଥା ବିଦେଶର ସୈନ୍ୟବାହିନୀରେ 62 ହଜାର 1ଶହ 39 ଅଧିକାରୀଙ୍କୁ ସଫଳ ନିଯୁକ୍ତି ପ୍ରଦାନ କରିଛି । ଏଥିମଧ୍ୟରେ ବନ୍ଧୁ ରାଷ୍ଟ୍ର ମାନଙ୍କର 2ହଜାର 4ଶହ 13 ଜଣ ଅଧିକାରୀ ଅନ୍ତର୍ଭୁକ୍ତ । ପ୍ରତିବର୍ଷ ଜୁନ୍ ଓ ଡିସେମ୍ବରରେ ଆଇଏମଏରେ ପାସିଂ ଆଉଟ ପରେଡ ଅନୁଷ୍ଠିତ ହୋଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ