ଓଡିଶା

odisha

ETV Bharat / bharat

'ଅରୁଣାଚଳ ପ୍ରଦେଶରେ ଚୀନ ସେନାର ଅନୁପ୍ରବେଶ ଖବର ଭିତ୍ତିହୀନ'

ଅରୁଣାଚଳ ପ୍ରଦେଶରେ ଚୀନର ଅନୁପ୍ରବେଶ ଦାବିକୁ ଭାରତୀୟ ସେନା ଖଣ୍ଡନ କରିଛି।

By

Published : Sep 4, 2019, 11:09 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଚୀନ ସେନା ଅନୁପ୍ରବେଶ କରିଥିବା ନେଇ ଦାବି କରିଥିଲେ ଅରୁଣାଚଳ ପ୍ରଦେଶର ବିଜେପି ସାଂସଦ ତାପିର ଗାଓ । ଏପିରିକି ଭାରତୀୟ ସୀମାର ୧୦୦ କିମି ଭିତରକୁ ଅନୁପ୍ରବେଶ କରିଥିଲେ । ଏହି ଅନୁପ୍ରବେଶ ପାଇଁ ଚୀନ ପକ୍ଷରୁ ଅରୁଣାଚଳ ପ୍ରଦେଶର ଅନଜାୱ ଜିଲ୍ଲାରେ ଥିବା ଚାଗଲାଗାମର କିଓମୃ ନୁଲାହ ନଦୀ ଉପରେ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରାଯାଇଥିବାର ଏକ ଭିଡିଓ ଜାରି କରି କହିଥିଲେ ସେ ।

ତେବେ ତାଙ୍କର ଏହି ଦାବିକୁ ଭାରତୀୟ ସେନା ଖଣ୍ଡନ କରିଛି । ସେନା ପକ୍ଷରୁ ଜାରି କରାଯାଇ ଏକ ବୟାନରେ କୁହାଯାଇଛି ଯେ , ଭାରତୀୟ ସୀମାରେ ଚୀନ ସେନାର ଅନୁପ୍ରବେଶ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ । ଖବର ପାଇବା ପରେ ଭାରତୀୟ ସେନା ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ କରିଥିଲା। ପୋଲ କିମ୍ବା ଅନୁପ୍ରବେଶର କୌଣସି ତଥ୍ୟ ମିଳିପାରି ନଥିବା ସେନା ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details