ଓଡିଶା

odisha

ETV Bharat / bharat

ପ୍ରତିରକ୍ଷା ଚୁକ୍ତି ଉପରେ କୋରୋନା ପ୍ରଭାବ, କାରବାର ବନ୍ଦ ରଖିବାକୁ 3 ସେନାକୁ ନିର୍ଦ୍ଦେଶ - ପ୍ରତିରକ୍ଷା ଚୁକ୍ତି ଉପରେ କୋରୋନା ପ୍ରଭାବ

କୋରୋନା ସଙ୍କଟ ଏବଂ ଲକଡାଉନ୍ ପ୍ରତିରକ୍ଷା କାରବାର ଉପରେ ପ୍ରଭାବ ପକାଇଛି । ଯଦ୍ବାରା ପ୍ରତିରକ୍ଷା ମନ୍ତ୍ରଣାଳୟର ଆଧୁନିକୀକରଣ ପାଇଁ କରାଯାଉଥିବା ପ୍ରତିରକ୍ଷା କାରବାରକୁ କିଛି ସମୟ ପାଇଁ ବନ୍ଦ କରାଯାଇଛି ।

indian army defence deal
ପ୍ରତିରକ୍ଷା ଚୁକ୍ତି

By

Published : Apr 23, 2020, 9:26 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ଏବଂ ଲକଡାଉନ୍ ବର୍ତ୍ତମାନ ପ୍ରତିରକ୍ଷା କାରବାର ଉପରେ ପ୍ରଭାବ ପକାଇଛି । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଆଧୁନିକୀକରଣ ପାଇଁ କରାଯାଉଥିବା ପ୍ରତିରକ୍ଷା କାରବାରକୁ ବନ୍ଦ କରିବାକୁ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଯେ, କୋଭିଡ -19 କାରଣରୁ ବଜେଟ ହ୍ରାସକୁ ଦୃଷ୍ଟିରେ ରଖି ଆମେ ଏହି ନିଷ୍ପତ୍ତି ନେଇଛୁ।

ଦେଶରେ କୋଭିଡ -19 ପରିସ୍ଥିତି ଯେତେଦିନ ରହିଛି, ସେଯାଏଁ ସ୍ଥଳସେନା, ନୌସେନା ଏବଂ ବାୟୁସେନା ସେମାନଙ୍କ ପୁଞ୍ଜି ଅଧିଗ୍ରହଣ ପ୍ରକ୍ରିୟା (ପ୍ରତିରକ୍ଷା କାରବାର) ବନ୍ଦ କରିବାକୁ କହିଛନ୍ତି। ବିଭିନ୍ନ ପର୍ଯ୍ୟାୟରେ ଥିବା ସମସ୍ତ ପ୍ରତିରକ୍ଷା କାରବାର ବନ୍ଦ କରିବାକୁ ଏହି ତିନି ସେନାଙ୍କୁ କୁହାଯାଇଛି।

ଏହି ତିନୋଟି ସୈନ୍ୟବାହିନୀ ସେମାନଙ୍କ ଆଧୁନିକୀକରଣ ପାଇଁ ଅନେକ ପ୍ରତିରକ୍ଷା କାରବାର କରୁଛନ୍ତି, ଯାହା ବିଭିନ୍ନ ପର୍ଯ୍ୟାୟରେ ରହିଛି । ଭାରତୀୟ ବାୟୁସେନା ଫ୍ରାନ୍ସରୁ 36 ଟି ରାଫେଲ ଯୁଦ୍ଧ ବିମାନ ଏବଂ ରୁଷର S-400 ବାୟୁ ପ୍ରତିରକ୍ଷା ଅସ୍ତ୍ର ପାଇଁ ଦେୟ ଦେବା ପ୍ରକ୍ରିୟାରେ ଅଛି । ତେବେ ସେନା ଆମେରିକା ଏବଂ ରୁଷ ସମେତ ବିଭିନ୍ନ ଦେଶରୁ ଟ୍ୟାଙ୍କ୍, ଆର୍ଟିଲିରି ବନ୍ଧୁକ ଏବଂ ଆକ୍ରମଣକାରୀ ରାଇଫଲ ମଧ୍ୟ ନେଉଛି।

ଏଥି ସହିତ ନୌସେନା ଆମେରିକାର 24 ଟି ମଲ୍ଟିରୋଲ ହେଲିକପ୍ଟର ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ବର୍ତ୍ତମାନ ସମସ୍ତ ପ୍ରତିରକ୍ଷା କାରବାର ବନ୍ଦ ହୋଇଯାଇଛି। ଏହାର ଅର୍ଥ ନୁହେଁ ଯେ ଡିଲ୍ ବାତିଲ ହୋଇଛି, ବରଂ ଡିଲର ପରବର୍ତ୍ତୀ ପ୍ରକ୍ରିୟା ବନ୍ଦ ହୋଇଯାଇଛି। ପରିସ୍ଥିତି ସ୍ବାଭାବିକ ହେବା ପରେ ଡିଲକୁ ଆଗକୁ ନିଆଯିବ ।

ABOUT THE AUTHOR

...view details