ଓଡିଶା

odisha

ETV Bharat / bharat

ମସୁଦ ସହ ଲଢିବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ: ବିପିନ ରାୱତ - maulana masood azhar

ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦୋଷୀ ମସୁଦ ଅଜହରକୁ ନେଇ ସେନା ପ୍ରମୁଖ ଜେନରାଲ ବିପିନ ରାୱତ ଏକ ବଡ ବୟାନ ଦେଇଛନ୍ତି । ମସୁଦ ଅଜହର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ରାୱତ ।

ଫଟୋ ସୈଜନ୍ୟ: ଏଏନଆଇ

By

Published : Mar 17, 2019, 9:07 AM IST

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦୋଷୀ ମସୁଦ ଅଜହରକୁ ନେଇ ସେନା ପ୍ରମୁଖ ଜେନରାଲ ବିପିନ ରାୱତ ଏକ ବଡ ବୟାନ ଦେଇଛନ୍ତି । ସେ ଲକ୍ଷ୍ନୌର ଏକ ଗଣମାଧ୍ୟମ ସହ ଆଲୋଚନା କରୁଥିବାବେଳେ କହିଛନ୍ତି ଯେ ଆତଙ୍କବାଦୀ ମସୁଦ ଅଜହର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଏହି ଅପରେସନ ସହ ଜଡିତ ସମସ୍ତ କଥାକୁ ସାର୍ବଜନୀନ କରିବାକୁ ଚାହୁଁନୁ ।

ରାୱତ ଏହା ମଧ୍ୟ କହିଛନ୍ତି ଯେ, ଏହି ଅପରେସନ ପାଇଁ ଆମ ସେନା ସକ୍ଷମ ଏବଂ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଭାରତୀୟ ସେନା ସାଧାରଣ ନାଗରିକଙ୍କ କହିବା ଅନୁସାରେ କାମ କରନ୍ତି ନାହିଁ । ତେଣୁ ସେନାଙ୍କ କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ସହ ନ ଯୋଡିଲେ ଭଲ । ସେହିପରି ଭାରତୀୟ ବାୟୁସେନା ପକ୍ଷରୁ ପିଓକେରେ କରାଯାଇଥିବା ଏୟାର ଷ୍ଟ୍ରାଇକ ଉପରେ ରାୱତ କହିଛନ୍ତି, ଆମକୁ ଯେଉଁ ଲକ୍ଷ୍ୟସ୍ଥଳ ଦିଆଯାଇଥିଲା ତାକୁ ଆମେ ପୁରା କରିଛୁ । ଏଥିରେ ବହୁମାତ୍ରାରେ ଆତଙ୍କବାଦୀ ନିହତ ହୋଇଛନ୍ତି ।

ସୂଚନା ଥାଉକି ଯୁକ୍ତରାଷ୍ଟ୍ର ସୁରକ୍ଷା ପରିଷଦରେ ମସୁଦ ଅଜହରକୁ ଅନ୍ତଃରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା କରିବା ପ୍ରସ୍ତାବରେ ଚୀନ ସମର୍ଥନ କଲାନାହିଁ । ଚତୁର୍ଥଥର ପାଇଁ ଚୀନ ବାର ୱିଟୋ ପାୱାରକୁ ବ୍ୟବହାର କରି ମସୁଦକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବାରେ ରୋକ ଲଗାଇଛି । କିନ୍ତୁ ମସୁଦକୁ ବିଶ୍ବ ଆତଙ୍କବାଦୀ ଭାବେ ଘୋଷଣା ପ୍ରସ୍ତାବରେ ଭାରତ, ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ ମିଳିଛି ।

ABOUT THE AUTHOR

...view details