ଥିମ୍ପୁ: ଭାରତୀୟ ବାୟୁସେନା ହେଲିକପ୍ଟର 'ଚିତା' ପଡୋଶୀ ଦେଶ ଭୁଟାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିଯୋଗୁଁ ହେଲିକପ୍ଟରରେ ଥିବା 2 ଜଣ ପାଇଲଟ ଶହୀଦ ହୋଇଥିବା ଜଣା ପଡିଛି । ଶହୀଦ ପାଇଲଟଙ୍କ ମଧ୍ୟରୁ ଜଣେ ଭାରତୀୟ ବାୟୁସେନାର ଅଧିକାରୀ ଏବଂ ଅନ୍ୟ ଜଣକ ଭୁଟାନ ବାୟୁସେନାର ପ୍ରଶିକ୍ଷଣ ଅଧିକାରୀ ବୋଲି ଜଣା ପଡିଛି ।
ବାୟୁସେନା ହେଲିକପ୍ଟର 'ଚିତା' ଦୁର୍ଘଟଣାଗ୍ରସ୍ତ, 2 ପାଇଲଟ ଶହୀଦ - ବିମାନ ଚିଚା ଦୁର୍ଘଟଣାଗ୍ରସ୍ତ
ଭାରତୀୟ ବାୟୁସେନାର ହେଲିକପ୍ଟର 'ଚିତା' ପଡୋଶୀ ଦେଶ ଭୁଟାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରରେ ଥିବା 2 ଜଣ ପାଇଲଟ ଦୁର୍ଘଟଣାରେ ଶହୀଦ ହୋଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
ଶୁକ୍ରବାର ଦିନ ୧ଟା ସମୟରେ ଭୁଟାନର ୟୋଙ୍ଗଫୁଲା ନିକଟରେ ଏହି ଦୁର୍ଘଟଣା ଘଟିଥିବା ସେନା ସୂତ୍ରରୁ ପ୍ରକାଶ ପାଇଛି। ହେଲିକପ୍ଟରଟି ଅରୁଣାଚଳ ପ୍ରଦେଶର ଖିମୁରୁ ଭୁଟାନର ୟୋଙ୍ଗଫୁଲା ଅଭିମୁଖେ ଯାଉଥିଲା । ଏହି ସମୟରେ ହେଲିକପ୍ଟରର ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା ଏବଂ ଦୁର୍ଘଟଣାଗସ୍ତ ହୋଇଥିଲା ।
ତେବେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ସନ୍ଧାନ ପାଇଁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ହିମାଳୟ ପାର୍ବତ୍ୟଅଞ୍ଚଳରେ ପାଗ ଖରାପ ଥିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।
Last Updated : Sep 27, 2019, 5:38 PM IST