ଓଡିଶା

odisha

ପାଟ୍ରୋଲିଂ ବେଳେ ଭାରତ-ଚୀନ ସେନା ମୁହାଁମୁହିଁ, ସୀମାରେ ଉତ୍ତେଜନା

By

Published : Sep 12, 2019, 9:53 AM IST

Updated : Sep 12, 2019, 12:26 PM IST

ସୀମାରେ ପାଟ୍ରୋଲିଂକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନ ସେନା । ଭାରତ ସେନା ପୈଙ୍ଗଙ୍ଗର ହ୍ରଦର ଉତ୍ତର ପାର୍ଶ୍ବରେ ପାଟ୍ରୋଲିଂ କରୁଥିବା ବେଳେ ଏହାକୁ ବିରୋଧ କରିଥିଲା ଚୀନ ସେନା । ଯାହାକୁ ନେଇ ସୀମାରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଫାଇଲ ଫଟୋ

ନୂଆଦିଲ୍ଲୀ: ପୁଣି ମୁହାଁମୁହିଁ ହେଲେ ଭାରତ-ଚୀନ ସେନା । ସୀମାରେ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି । ଉଭୟ ଦେଶର ସୈନ୍ୟଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଦୁଇ ଦେଶର ସୈନ୍ୟ ହାତାହାତି ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ପୂର୍ବ ଲଦାଖର ପୈଙ୍ଗଙ୍ଗର ହ୍ରଦର ଉତ୍ତର ପାର୍ଶ୍ବରେ ଘଟିଛି ଏହି ଘଟଣା ।

ମିଳିଥିବା ସୂଚନା ମୁତାବକ, ଭାରତୀୟ ସୈନ୍ୟ ସୀମାରେ ପାଟ୍ରୋଲିଂ କରୁଥିବା ସମୟରେ ଏହାକୁ ବିରୋଧ କରିଥିଲା ଚୀନର ପିପଲ୍ସ ଲେବେରେସନ ଆର୍ମି(ପିଏଲଏ) । ଭାରତ ସୈନ୍ୟ ସେଠାରେ କାହିଁକି ? ପାଟ୍ରୋଲିଂ କରୁଛନ୍ତି ବୋଲି ଏହାକୁ ବିରୋଧ କରିଥିଲା ଚୀନ ସେନା । ଯାହାକୁ ନେଇ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାପରେ ଉଭୟ ସେନା ପରସ୍ପର ମଧ୍ୟରେ ଝଗଡା କରିଥିଲେ । ଦୀର୍ଘ ସମୟ ଧରି ଚାଲିଥିଲା ଏହି ଯୁକ୍ତିତର୍କ ।

ତେବେ ଏପରି ଘଟଣା ପୂର୍ବରୁ ମଧ୍ୟ ଘଟିଥିଲା । ଗତ ଅଗଷ୍ଟ 15, 2017 ମସିହାରେ ଏହି ସ୍ଥାନରେ ଉଭୟ ଦେଶ ମୁହାଁମୁହିଁ ହୋଇଥିଲେ । ଏପରିକି ସେ ସମୟରେ ପରିସ୍ଥିତି ଏତେ ଉଗ୍ର ହୋଇଥିଲା ଯେ, ଦୁଇ ଦେଶର ସେନା ପରସ୍ପରକୁ ଲୁହା ଓ ପଥରରେ ଆକ୍ରମଣ କରିଥିଲେ ।

Last Updated : Sep 12, 2019, 12:26 PM IST

ABOUT THE AUTHOR

...view details