ଓଡିଶା

odisha

ETV Bharat / bharat

ଆମେରିକାରେ ଭାରତୀୟ ବଂଶୋଦ୍ଭବ ଡାକ୍ତର ଗିରଫ - ବିନା ଲାଇସେନ୍ସରେ ଡାକ୍ତରୀ ପ୍ରାକ୍ଟିସ

ଏକ ସ୍ବାସ୍ଥ୍ୟ ବୀମା କମ୍ପାନୀରେ ପାଖାପାଖି 20 ଲକ୍ଷ ଡଲାର ଜାଲିଆତି କରିବା ମାମଲାରେ ନିଜ ଦୋଷ ସ୍ବୀକାର କରିଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଡାକ୍ତର ଏବଂ ତାଙ୍କର ସାଥି ।

fraud scheme
ଗିରଫ ହେଲେ ଭାରତୀୟ ଡାକ୍ତର

By

Published : Jan 31, 2020, 11:42 AM IST

ନୂଆଦିଲ୍ଲୀ: ଆମେରିକାରେ ବିନା ଲାଇସେନ୍ସରେ ଡାକ୍ତରୀ ପ୍ରାକ୍ଟିସ କରୁଥିବା ଅଭିଯୋଗରେ ଭାରତୀୟ ବଂଶୋଦ୍ଭବ ଡାକ୍ତର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଜାଲିଆତି କରିବା ଅଭିଯୋଗରେ ଭାରତୀୟ ଡାକ୍ତରଙ୍କୁ ଆମେରିକା କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଛି।

ଗୋଟିଏ ବୀମା କମ୍ପାନୀରେ ପାଖାପାଖି 20 ଲକ୍ଷ ଡଲାର ଜାଲିଆତି କରିବା ମାମଲାରେ ନିଜ ଦୋଷ ସ୍ବୀକାର କରିଛନ୍ତି ସେହି ଜଣେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଡାକ୍ତର ଏବଂ ତାଙ୍କର ସାଥି ।

ଏହାକୁ ନେଇ ଆମେରିକାର ସଂଘୀୟ ଅଦାଲତରେ ଜିଲ୍ଲା ନ୍ୟାୟଧୀଶ ପିଟର ଶେରିଡାନଙ୍କ ଉପସ୍ଥିତିରେ ନ୍ୟୁ ଜର୍ସୀର 62 ବର୍ଷୀୟ ପରମିନ୍ଦରଜିତ ସାନ୍ଧୁ ଏବଂ ଓହିୟୋର ପରମଜିତ ସିଂହ ମିଳିତ ଭାବେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କରିଥିବା ଠକେଇରେ ନିଜ ଦୋଷ ସ୍ବୀକାର କରିଛନ୍ତି।

ଏହି ଡାକ୍ତର ନିଜ ଅପରାଧ ସ୍ବୀକାର କରିବା ପରେ, ଆସନ୍ତା ଏପ୍ରିଲରେ ସେମାନଙ୍କ ଦଣ୍ଡବିଧାନର ଶୁଣାଣି କରାଯିବ । କୋର୍ଟ ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତଙ୍କ ପାଖରେ ଲାଇସେନ୍ସ ନଥିବା ସ୍ବତ୍ତ୍ୱେ ମଧ୍ୟ ସେମାନେ ଡାକ୍ତରୀ ପ୍ରାକ୍ଟିସ କରିବା ଜାରି ରଖିଥିଲେ ।

ଯାହା ଆଇନଗତ ଅପରାଧ । ଆମେରିକା ସଂଙ୍ଘୀୟ କୋର୍ଟ ପକ୍ଷରୁ କୁହାଯାଇଛି ଯେ, ଏ ମାମଲାରେ ଜଡିତ ଅଭିଯୁକ୍ତ ଆମେରିକାର ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା କାର୍ଯ୍ୟକ୍ରମ ଏବଂ ପ୍ରାଇଭେଟ ବୀମା କମ୍ପାନୀଙ୍କୁ ଠକିଛନ୍ତି । ଏହାସହ ରୋଗୀଙ୍କ ଜୀବନ ସହ ମଧ୍ୟ ଖେଳିଛନ୍ତି । ଆସନ୍ତା ଏପ୍ରିଲରେ ହେବାକୁ ଥିବା ଶୁଣାଣିରେ ଉଭୟ ଦୋଷୀଙ୍କୁ ପ୍ରାୟ 18 ମାସ ଧରି ଜେଲ ଦଣ୍ଡାଦେଶ ଶୁଣାଇପାରନ୍ତି କୋର୍ଟ ।

ABOUT THE AUTHOR

...view details