ଫ୍ରାନ୍ସ: ରାଫେଲ ଏୟାରକ୍ରାଫ୍ଟରେ ଉଡାଣ ଭରିଲେ ଭାରତୀୟ ବାୟୁସେନାର ଉପମୁଖ୍ୟ ମୁଖ୍ୟ ମାର୍ଶାଲ୍ ଆରକେଏସ ଭଦରିଆ । ଫ୍ରେଞ୍ଚ ଏୟାର ଫୋର୍ସ ମଣ୍ଟ ଦେ ମାର୍ସନ ଏୟାର ବେସ ନିକଟରେ ଉଡାଣ ଭରିଛନ୍ତି । ଗତକିଛି ଦିନ ଧରି ଫ୍ରାନ୍ସରେ ଭାରତର ବିମାନ ଓ ଫ୍ରାନ୍ସ ବିମାନର ମିଳିତ ଯୁଦ୍ଧାଭ୍ଯାସ ଜାରି ରହିଛି ।
ରାଫେଲରେ ଉଡାଇଲେ ଭାରତୀୟ ବାୟୁସେନା ଉପମୁଖ୍ୟ - Rafale aircraft
ଭାରତକୁ ଆସିବା ପୂର୍ବରୁ ରାଫେଲରେ ଉଡାଣ ଭରିଲେ ଭାରତୀୟ ବାୟୁସେନା । ଫ୍ରାନ୍ସରେ ଭାରତ ଓ ଋଷର ମିଳିତ ଯୁଦ୍ଧାଭ୍ୟାସରେ ଦେଖିବାକୁ ମିଳିଲା ରାଫେଲ ଯୁଦ୍ଧ ବିମାନର କଳାକୌଶଳ ।
![ରାଫେଲରେ ଉଡାଇଲେ ଭାରତୀୟ ବାୟୁସେନା ଉପମୁଖ୍ୟ](https://etvbharatimages.akamaized.net/etvbharat/prod-images/768-512-3815419-thumbnail-3x2-rafale.jpg)
ଫଟୋ ସୌଜନ୍ୟ: ଏଏନଆଇ
ଭିଡି଼ଓ ସୌଜନ୍ୟ: ଏଏନଆଇ
ଏଥିରେ ଭାରତର ସୁଖୋଇ ବିମାନ ସାମିଲ ଥିବାବେଳେ ଋଷର ଯୁଦ୍ଧ ବିମାନ ସାମିଲ ଅଛି। ତେବେ ସୂଚନାଯୋଗ୍ୟ, ଭାରତ ଫ୍ରାନ୍ସ ଠାରୁ 36ଟି ରାଫେଲ କ୍ରୟ କରିବା ନେଇ ଚୁକ୍ତି ହୋଇଥିବା ବେଳେ ସେପ୍ଟେମ୍ବରରେ ଭାରତକୁ ଆସିବ ରାଫେଲ । ଶୁକ୍ରବାର ରାଫେଲର ଉଡାଣ ବିଷୟରେ ଜ୍ଞାନ ଆହରଣ ନିମନ୍ତେ ଭାରତୀୟ ବାୟୁସେନାଙ୍କୁ ଉଡାଣ ଭରିବାର ସୁଯୋଗ ଦିଆଯାଇଛି ।