ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀକରଣ ଦିଗରେ ଭାରତୀୟ ବାୟୁସେନା ଆଉ ଏକ ବଡ ପଦକ୍ଷେପ ନେବାକୁ ଯାଉଛି। ବୁଧବାର କୋଏମ୍ବାଟୁର ନିକଟ ସୁଲୁରରେ ସ୍ବଦେଶୀ ଯୁଦ୍ଧ ବିମାନର ଦ୍ବିତୀୟ ସ୍କ୍ବାଡ୍ରନ୍ ଏଲସିଏ ତେଜସ୍ ଆରମ୍ଭ ହେବାକୁ ଯାଉଛି। ବିଶେଷ କଥା ହେଉଛି ଏହା ହେଉଛି ଏଲସିଏ ତେଜସ୍, ‘FOC’ ସଂସ୍କରଣ ଓ ଏହା ପୂର୍ବ ତେଜସ୍ ଯୁଦ୍ଧ ବିମାନ ଅପେକ୍ଷା ଅଧିକ ଉନ୍ନତ ଓ ସାଂଘାତିକ ।
FOC ଅର୍ଥାତ୍ ଫାଇନାଲ୍ ଅପରେସନ୍ କ୍ଲିୟରାନ୍ସ, ତେଜସ୍ ଯୁଦ୍ଧ ବିମାନ ବିୟୁଣ୍ଡ ଭିଜୁଆଲ୍ ରେଞ୍ଜ (BVR) କ୍ଷେପଣାସ୍ତ୍ର ସହିତ ସଜ୍ଜିତ ହୋଇଛି ଯାହା ଟାର୍ଗେଟକୁ 50 କିଲୋମିଟର ଦୂରରେ ଲକ୍ କରିପାରିବ । ହାଲୁକା ଯୁଦ୍ଧ ବିମାନ (LCA) ତେଜସରେ ଇସ୍ରାଏଲ୍ ଡର୍ବି BVR କ୍ଷେପଣାସ୍ତ୍ର ଅଛି । ଏହି FOC ବିମାନ ଗୁଡିକରେ ବାୟୁ ରିଫିଲିଂ ଟେକ୍ନୋଲୋଜିରେ ମଧ୍ୟ ସୁବିଧା ଅଛି ।