ଓଡିଶା

odisha

ETV Bharat / bharat

ଥରିବ ଚୀନ ଛାତି, ଲଦାଖ ଆକାଶରେ ଉଡିଲା ରାଫେଲ - ଏଲଏସି

ଚୀନ ସହ ଜାରି ଉତ୍ତେଜନା ମଧ୍ୟରେ ଲେହ-ଲଦାଖ ସମେତ ଏହାର ଆଖପାଖ ଅଞ୍ଚଳରେ ରାଫେଲ ଏୟାର ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଥରିବ ଚୀନ ଛାତି, ଏଲଏସି ଆକାଶରେ ଉଡିଲା ରାଫେଲ
ଥରିବ ଚୀନ ଛାତି, ଏଲଏସି ଆକାଶରେ ଉଡିଲା ରାଫେଲ

By

Published : Sep 21, 2020, 8:36 PM IST

ଲେହ: ଏବେ ଥରିବ ଚୀନର ଛାତି । ରଣନୀତି ଆରମ୍ଭ କରିସାରିଛି ରାଫେଲ । ଚୀନ ସେନାର ନାଲି ଆଖିକୁ ଖାତିର ନକରି ଏଲଏସିରେ ଉଡିଲା ସବୁଠୁ ଶକ୍ତିଶାଳୀ ଯୁଦ୍ଧି ବିମାନ ରାଫେଲ ।

ଏଲଏସିରେ ଚୀନ ସହ ଜାରି ଉତ୍ତେଜନା ମଧ୍ୟରେ ଲେହ-ଲଦାଖ ସମେତ ଏହାର ଆଖପାଖ ଅଞ୍ଚଳରେ ରାଫେଲ ଏୟାର ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି । ସୁଖୋଇ, ମିଗ, ମିରାଜ ଓ ତେଜସ ସହିତ ଏବେ ସୀମାରେ କଡା ନଜର ରଖିବାକୁ ପହଞ୍ଚିସାରିଛି ରାଫଏଲ ଯୁଦ୍ଧ ବିମାନ ।

ଥରିବ ଚୀନ ଛାତି, ଏଲଏସି ଆକାଶରେ ଉଡିଲା ରାଫେଲ

ସେପ୍ଟମ୍ବର 10ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ ଆସିଥିବା 5 ରାଫେଲ ବିମାନକୁ ବିଧିବଦ୍ଧ ଭାବରେ ବାୟୁସେନାରେ ସାମିଲ କରାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

29 ଜୁଲାଇରେ ପାଞ୍ଚ ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଆସି ଭାରତରେ ପହଞ୍ଚିଥିଲା । ଯୁଦ୍ଧ ବିମାନ ଲଦାଖ ଅଞ୍ଚଳରେ ଉଡ଼ି ସାରିଛି। ଦେଶରେ ପହଞ୍ଚିଥିବା ପାଞ୍ଚଟି ରାଫେଲ ମଧ୍ୟରୁ ତିନୋଟି ଗୋଟିଏ ଯୁଦ୍ଧ ବିବାନ ହୋଇଥିବା ବେଳେ 2ଟି ପ୍ରଶିକ୍ଷଣ ବିମାନ ।

ABOUT THE AUTHOR

...view details