ଓଡିଶା

odisha

ETV Bharat / bharat

ଖେଳନ୍ତୁ ଅଭିନନ୍ଦନ ଭିଡିଓ ଗେମ, ଖସାନ୍ତୁ ପାକିସ୍ତାନ ଯୁଦ୍ଧବିମାନ - video game on wing comander

ମୋବାଇଲ ଭିଡିଓ ଗେମ 'ଇଣ୍ଡିଆନ ଏୟାର ଫୋର୍ସ: ଏ କଟ୍‌ ଏଭବ' କୁ ବୁଧବାର ଲଞ୍ଚ କରିଛି ଭାରତୀୟ ବାୟୁସେନା । ବାୟୁସେନା ମୁଖ୍ୟ ବିଏସ ଧନୋଆ ଏହି ଗେମ୍‌କୁ ଲଞ୍ଚ କରିଛନ୍ତି ।

ଫାଇଲ ଫଟୋ

By

Published : Aug 1, 2019, 3:29 AM IST

Updated : Aug 1, 2019, 9:49 PM IST

ନୂଆଦିଲ୍ଲୀ: ଏଣିକି ଆପଣ ମଧ୍ୟ ହୋଇପାରିବେ ୱିଂଗ କମାଣ୍ଡର ଅଭିନନ୍ଦନ । ତାଙ୍କ ଭଳି ଶତୃ ଶିବିରକୁ କରି ପାରିବେ ଧ୍ବଂସ । ଭାରତୀୟ ବାୟୁସେନା ନିଜର ମୋବାଇଲ ଭିଡିଓ ଗେମ 'ଇଣ୍ଡିଆନ ଏୟାର ଫୋର୍ସ: ଏ କଟ୍‌ ଏଭବ' କୁ ବୁଧବାର ଲଞ୍ଚ କରିଛି । ଏହି ଗେମରେ ପ୍ଲେୟର୍ସ ୱିଂଗ କମାଣ୍ଡର ଅଭିନନ୍ଦନଙ୍କ ଭଳି ନିଜ ମିଶନ ପୂରଣ କରିପାରିବେ । ବାୟୁସେନା ମୁଖ୍ୟ ବିଏସ ଧନୋଆ ଏହି ଗେମ୍‌କୁ ଲଞ୍ଚ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏହା ଏକ ଅନଲାଇନ ମଲଟିପ୍ଲେୟର ବ୍ୟାଟେଲ ଗେମ୍‌ ଅଟେ । ଏଥିରେ ପ୍ଲେୟର୍ସ ଭାରତୀୟ ବାୟୁସେନା ଦ୍ବାରା କରାଯାଉଥିବା କମ୍ବାଟ ମିଶନର ଭର୍ଚୁଆଲର ଅନୁଭବ ନେଇପାରିବେ । ଏହା ସହିତ ଗେମ୍‌ ଜରିଆରେ ଭାରତୀୟ ବାୟୁ ସେନା ଯୁବପୀଢିଙ୍କୁ ସେନାରେ ଭର୍ତ୍ତି ହେବାକୁ ପ୍ରେରଣା ଦେବେ । ଏହି ଭିଡିଓ ଗେମ୍‌ ମୋବାଇଲ ପ୍ଲେ ଷ୍ଟୋରର ଆଣ୍ଡ୍ରଏଡ ଓ ଆଇଓଏସ ପ୍ଲାଟଫର୍ମରେ ଉପଲବ୍ଧ ରହିବ ।

ତେବେ ଏହି ଭିଡିଓ ଗେମ ଜରିଆରେ ପ୍ଲେୟର୍ସ ନିଜକୁ ଅସଲି ଏୟାରଫୋର୍ସ ପାଇଲଟ ଭଳି ମନେ କରିବେ । ପ୍ଲେୟର୍ସଙ୍କୁ ଯୁଦ୍ଧ ବିମାନ ଏବଂ ହେଲିକେପ୍ଟର ଉଡାଇ ଶତୃର ବିନାଶ କରିବାକୁ ପଡିବ । ବାୟୁସେନାରେ ରହିଥିବା ବିଭିନ୍ନ ବିମାନ ଏହି ଗେମରେ ଉପଲବ୍ଧ ରହିବ । ଏଥିରେ ପ୍ଲେୟର୍ସଙ୍କୁ ପ୍ରଥମେ ପ୍ରଶିକ୍ଷଣ ଦିଆଯିବ । ଏହାପରେ ସେମାନଙ୍କୁ ମାଗଣା ଫ୍ଲାଇଟର ସୁଯୋଗ ଦିଆଯିବ । ପ୍ରଶିକ୍ଷଣ ସମୟରେ ସେମାନଙ୍କୁ ଏକ ମିଶନ ପୂରା କରିବାକୁ ପଡିବ । ଏହି ମିଶନ ପୂରା ହେବା ପରେ ପ୍ଲେୟାର୍ସଙ୍କୁ ବାୟୁସେନା ପକ୍ଷରୁ ୱିଂଗ ଯୋଗାଇ ଦିଆଯିବ ।

Last Updated : Aug 1, 2019, 9:49 PM IST

ABOUT THE AUTHOR

...view details