ଓଡିଶା

odisha

ETV Bharat / bharat

‘ପ୍ରତିରକ୍ଷା ପାଇଁ ରହିଛି ଅନେକ ଶସ୍ତ୍ର, ଗଭୀର ଷ୍ଟ୍ରାଇକରେ ରାଫେଲ ଜରୁରୀ’ - bikram singh on rafale

ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ବିକ୍ରମ ସିଂ କହିଛନ୍ତି ଯେ ରାଫେଲ ବିମାନ ବାୟୁସେନାରେ ଯୋଗଦେବା ସହିତ ଭାରତର ପ୍ରତିରକ୍ଷା କ୍ଷମତା ବହୁ ଗୁଣିତ କରିବ ।

indian air force
ଗଭୀର ଷ୍ଟ୍ରାଇକରେ ରାଫେଲ ଜରୁରୀ

By

Published : Jul 29, 2020, 4:38 PM IST

ନୂଆଦିଲ୍ଲୀ: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ବିକ୍ରମ ସିଂ କହିଛନ୍ତି ଯେ ରାଫେଲ ବିମାନ ବାୟୁସେନାରେ ଯୋଗଦେବା ସହିତ ଭାରତର ପ୍ରତିରକ୍ଷା କ୍ଷମତା ବହୁ ଗୁଣିତ କରିବ । ସେ କହିଛନ୍ତି ଯେ ଏହି ବିମାନ ଚୀନ ଓ ପାକିସ୍ତାନ ବିରୋଧରେ ଭାରତ ପାଇଁ ପ୍ରତିବନ୍ଧକ ଭଳି କାର୍ଯ୍ୟ କରିବ।

ବିକ୍ରମ ସିଂ କହିଛନ୍ତି ଯେ ଆଧୁନିକ ଅସ୍ତ୍ରଶସ୍ତ୍ର ଡିଟେନସନ ପାଇଁ ଉପଯୋଗୀ। ଯଦିବା ଯୁଦ୍ଧ ହୁଏ ତେବେ ଆମେ ପ୍ରିମିଟିଭ୍ ଷ୍ଟ୍ରାଇକ୍ କରିପାରିବା । ସେ କହିଛନ୍ତି ଯେ ସେନାର ଆଧୁନିକୀକରଣ ସହିତ ଚୀନ ହୃଦୟଙ୍ଗମ କରିଛି ଯେ ଭାରତୀୟ ସେନା ଆଉ 1962 ର ସେନା ନୁହେଁ। ତେବେ ଚୀନ ବିରୋଧରେ ଦେଶର ସାମରିକ ତଥା ରାଜନୈତିକ ନେତୃତ୍ବକୁ ମଧ୍ୟ ସେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ କେବଳ 2-3 ମାସ ପୂର୍ବେ ଚୀନର ଉଦ୍ଦେଶ୍ୟ ଆମ ପାଇଁ ଭଲ ଥିଲା। ଆମେ ବିଶ୍ବାସ କରିଥିଲୁ ଯେ ଚୀନର ଆଚରଣ ଏହିପରି ହିଁ ରହିବ କିନ୍ତୁ ହଠାତ୍ ଚୀନ ନିଜ ରଣନୀତି ପରିବର୍ତ୍ତନ କରିଥିଲା ।

ପୂର୍ବତନ ସେନା ମୁଖ୍ୟ କହିଛନ୍ତି ଯେ ଲୋକେ ଏହା ବୁଝିବାକୁ ଲାଗିଥିଲେ ଯେ ପାରମ୍ପାରିକ ଯୁଦ୍ଧ ହେବନାହିଁ କିନ୍ତୁ ବର୍ତ୍ତମାନର ଦୃଶ୍ୟ ଏହି ଚିନ୍ତାଧାରାକୁ ପରିବର୍ତ୍ତନ କରିଛି । ଏକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇ ସେ କହିଛନ୍ତି ଯେ ସଠିକ୍ ଆକାର ପାଇଁ ସେନା ଯେଉଁ ଆଲୋଚନା କରିଛନ୍ତି ତାହା ଗମ୍ଭୀର ଭାବରେ ବିଚାର କରାଯିବା ଆବଶ୍ୟକ। ପାରମ୍ପରିକ ଯୁଦ୍ଧର ଧମକକୁ ଦୃଷ୍ଟିରେ ରଖି ଏହି ସମୟରେ ସେନାବାହିନୀକୁ ହ୍ରାସ କରିବା ଯଥାର୍ଥ ନିଷ୍ପତ୍ତି କୁହାଯାଇପାରିବ ନାହିଁ ।

ବିକ୍ରମ ସିଂ କହିଛନ୍ତି ଯେ ଚୀନ ବିରୋଧରେ ପ୍ରତିରକ୍ଷା ଯୁଦ୍ଧ ପାଇଁ ଆମର ପର୍ଯ୍ୟାପ୍ତ ଅସ୍ତ୍ର ଅଛି, କିନ୍ତୁ ଯଦି ଆମେ ଗଭୀର ଷ୍ଟ୍ରାଇକ୍ ବିଷୟରେ କହିବା, ତେବେ ଏଥିପାଇଁ ଆମକୁ ଅଧିକ ଉପକରଣ ଓ ଅସ୍ତ୍ରଶସ୍ତ୍ର ଆବଶ୍ୟକ ହେବ। ରାଫେଲ୍ ଏହି ଶୂନ୍ୟସ୍ଥାନ ପୂରଣ କରିବ । ସେ କହିଛନ୍ତି ଯେ ମଲ୍ଟିରୋଲ ଯୁଦ୍ଧ ବିମାନ ହୋଇଥିବାରୁ ରାଫେଲ ଅନେକ ଭୂମିକା ଗ୍ରହଣ କରିପାରିବ। ଉଦାହରଣ ସ୍ବରୂପ, ଯଦି ଆମକୁ ଶତ୍ରୁ ଦେଶର କ୍ଷେପଣାସ୍ତ୍ର ସ୍ଥାନର ଅନୁସନ୍ଧାନ କରିବାକୁ ପଡେ ତେବେ ରାଫେଲ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ABOUT THE AUTHOR

...view details