ଓଡିଶା

odisha

ETV Bharat / bharat

ଏୟାରଫୋର୍ସ ଡେ ପ୍ରସ୍ତୁତି: ହିନ୍ଦନ ଏୟାରବେସରେ ‘ତେଜସ୍’ର ଉଡାଣ - indian air force day rehearsal

ବାୟୁସେନା ଗୁରୁବାର ଏହାର 88 ତମ ଫାଉଣ୍ଡେସନ ଦିବସ ପାଳନ କରିବାକୁ ଯାଉଛି। ଏନେଇ ଗାଜିଆବାଦର ହିନ୍ଦନ ଏୟାରବେସରେ ବାୟୁସେନା ଗୁରୁବାର ଏହାର 88 ତମ ଫାଉଣ୍ଡେସନ ଦିବସ ପାଳନ କରିବାକୁ ଯାଉଛି।

ଏୟାରଫୋର୍ସ ଦିବସ ପ୍ରସ୍ତୁତି
ଏୟାରଫୋର୍ସ ଦିବସ ପ୍ରସ୍ତୁତି

By

Published : Oct 6, 2020, 2:12 PM IST

ଲକ୍ଷ୍ନୌ: ବାୟୁସେନା ଗୁରୁବାର 88 ତମ ଫାଉଣ୍ଡେସନ ଦିବସ ପାଳନ କରିବାକୁ ଯାଉଛି। ଏନେଇ ଗାଜିଆବାଦର ହିନ୍ଦନ ଏୟାରବେସରେ ଏକ ବଡ କାର୍ଯ୍ୟକ୍ରମ ଆୟୋଜିତ ହେବ । କୋରୋନା ସଙ୍କଟ ହେତୁ ଏଥର କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ ଆସିବ । ଅନ୍ୟପକ୍ଷେ, ‘ଫ୍ଲାଏ ପାଷ୍ଟ’ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ମଙ୍ଗଳବାର ବାୟୁସେନାର ହାଲୁକା ଯୁଦ୍ଧ ବିମାନ ‘ତେଜସ୍’ ଗାଜିଆବାଦ ଆକାଶରେ ଉଡି ନିଜର ଶକ୍ତି ପ୍ରଦର୍ଶନ କରିଛି। ବର୍ତ୍ତମାନ ସମ୍ପୂର୍ଣ୍ଣ ରିହର୍ସଲ ଚାଲିଛି । ଏହି ସମୟ ମଧ୍ୟରେ ବାୟୁସେନା ଅଧିକାରୀମାନେ ସମ୍ପୂର୍ଣ୍ଣ ଶକ୍ତି ପ୍ରଦର୍ଶନ କରିଛନ୍ତି । ତେଜସ ବ୍ୟତୀତ ଆଜି ଅନେକ ବିମାନ ଆକାଶରେ ଉଡିଛନ୍ତି। ପ୍ରକାଶଥାଉକି, ଏଥର ସମୁଦାୟ 56 ବିମାନ ବାୟୁସେନା ଦିବସ ‘ଫ୍ଲାଇଙ୍ଗ ପାଷ୍ଟ’ରେ ଉଡିବ । ଗତ ବର୍ଷ ଏହି ସଂଖ୍ୟା 51 ଥିଲା । ଏଥିରେ ରାଫେଲ ଯୁଦ୍ଧ ବିମାନ ମଧ୍ୟ ସାମିଲ ହେବ।

8 ଅକ୍ଟୋବର 1932 ରେ ଭାରତୀୟ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା । ଏଥର ବାୟୁସେନା ଏହାର 88 ତମ ଫାଉଣ୍ଡେସନ ଦିବସ ପାଳନ କରିବ। ପ୍ରତିବର୍ଷ ପରି ଏଥର ମଧ୍ୟ ଏହି ଫ୍ଲାଏ ପାଷ୍ଟ ଗାଜିଆବାଦର ହିନ୍ଦନ ଏୟାରବେସରେ ପାଳନ କରାଯିବ।

ABOUT THE AUTHOR

...view details