ଓଡିଶା

odisha

ETV Bharat / bharat

ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ଦେବାକୁ 'MY IAF' ଆପ୍‌ ଲଞ୍ଚ କଲା ଭାରତୀୟ ବାୟୁସେନା - 'MY IAF' ଆପ୍‌

'MY IAF' ନାଁରେ ଏକ ମୋବାଇଲ ଆପ୍ଲିକେସନ ଲଞ୍ଚ କରିଛନ୍ତି ବାୟୁସେନା ମୁଖ୍ୟ ଆର.କେ ଭଦୋରିଆ । 'ଡିଜିଟାଲ୍ ଇଣ୍ଡିଆ' ପଦକ୍ଷେପର ଏକ ଅଂଶ ଭାବରେ ବାୟୁ ଭବନରେ ବାୟୁସେନା ମୁଖ୍ୟ ଏହି ଆପ ଲଞ୍ଚ କରିଛନ୍ତି ବୋଲି ବିବୃତ୍ତିରେ କୁହାଯାଇଛି । ଅଧିକ ପଢନ୍ତୁ...

ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ଦେବାକୁ 'MY IAF' ଆପ୍‌ ଲଞ୍ଚ କଲା ଭାରତୀୟ ବାୟୁସେନା
ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ଦେବାକୁ 'MY IAF' ଆପ୍‌ ଲଞ୍ଚ କଲା ଭାରତୀୟ ବାୟୁସେନା

By

Published : Aug 24, 2020, 9:08 PM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ 'MY IAF' ନାଁରେ ଏକ ମୋବାଇଲ ଆପ୍ଲିକେସନ ଲଞ୍ଚ କରିଛନ୍ତି ବାୟୁସେନା ମୁଖ୍ୟ ଆର.କେ ଭଦୋରିଆ । ଏହି ମୋବାଇଲ ଆପ ଭାରତୀୟ ବାୟୁସେନାରେ ଯୋଗଦେବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କୁ କ୍ୟାରିୟର ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବ ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି।

'ଡିଜିଟାଲ୍ ଇଣ୍ଡିଆ' ପଦକ୍ଷେପର ଏକ ଅଂଶ ଭାବରେ ବାୟୁ ଭବନରେ ବାୟୁସେନା ମୁଖ୍ୟ ଏହି ଆପ ଲଞ୍ଚ କରିଛନ୍ତି ବୋଲି ବିବୃତ୍ତିରେ କୁହାଯାଇଛି ।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ଆପ୍‌ର ଉପଭୋକ୍ତା-ଅନୁକୂଳ ଫର୍ମାଟ ଏକକ ଡିଜିଟାଲ୍ ପ୍ଲାଟଫର୍ମ ଭାବରେ ଉପଭୋକ୍ତାମାନଙ୍କୁ ଚୟନ ପ୍ରକ୍ରିୟା, ତାଲିମ ପାଠ୍ୟକ୍ରମ, ଦେୟ ଏବଂ ଭତ୍ତା ଇତ୍ୟାଦିର ସବିଶେଷ ତଥ୍ୟ ପ୍ରଦାନ କରିବ । ସେଣ୍ଟର ଫର ଡେଭଲପମେଣ୍ଟ ଅଫ୍ ଆଡଭାନ୍ସଡ କମ୍ପ୍ୟୁଟିଙ୍ଗ (C-DAC) ସହିତ ମଳିତ ଭାବରେ ବିକଶିତ କରାଯାଇଛି ।

ଏହା ଆଣ୍ଡ୍ରଏଡ୍ ଫୋନ୍ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଥିବାବେଳେ ଭାରତୀୟ ବାୟୁସେନାର ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ ଲିଙ୍କ୍ ହୋଇଛି |

ABOUT THE AUTHOR

...view details