ଓଡିଶା

odisha

ETV Bharat / bharat

ଉଭୟ ସୀମାରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଭାରତୀୟ ସେନା: ବାୟୁସେନା ମୁଖ୍ୟ - china pakistan two front war

ଲଦାଖ ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ବାୟୁସେନା ମୁଖ୍ୟ କହିଛନ୍ତି ଯେ ଉତ୍ତର ଦେଶର ଉଭୟ ସୀମାରେ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ ଅଛି ।

ବାୟୁସେନା ମୁଖ୍ୟ
ବାୟୁସେନା ମୁଖ୍ୟ

By

Published : Oct 5, 2020, 1:46 PM IST

ନୂଆଦିଲ୍ଲୀ: ଲଦାଖ ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଉତ୍ତର ଭାରତରେ ଉଭୟ ସୀମାରେ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ ଅଛି । ଚୀନ୍ ଏବଂ ପାକିସ୍ତାନ ଦ୍ବାରା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଉଛି ଓ ଭାରତ ସବୁ ଦିଗରେ ପ୍ରସ୍ତୁତ ରହିଛି ।

ସେ କହିଛନ୍ତି ଯେ, ରାଫେଲର ଆଗମନ ବାୟୁସେନାର ଶକ୍ତି ବୃଦ୍ଧି କରିଛି ଏବଂ ଏହା ଆମକୁ ଆହୁରି ଦୃଢ କରିବ । ଏହାସହିତ ଆମେ ଶୀଘ୍ର ଏବଂ ଠୋସ୍ ପଦକ୍ଷେପ ନେବାକୁ ସମର୍ଥ ହେବା । ସେ କହିଛନ୍ତି ଯେ ଆସନ୍ତା 5 ବର୍ଷ ମଧ୍ୟରେ ତେଜସ୍, କମ୍ବାଟ୍ ଚପର୍, ଟ୍ରେନର ବିମାନ ସମେତ ଅନ୍ୟାନ୍ୟ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବାୟୁସେନାର ଶକ୍ତି ହେବ।

ଭଦୌରିଆ କହିଛନ୍ତି ଯେ, ଭାରତ ଏବଂ ଚୀନ୍ ସହିତ ଉଭୟ ସାମ୍ନାରେ ଏକକାଳୀନ ଯୁଦ୍ଧ ପାଇଁ ବାୟୁସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ । ଚୀନର କାର୍ଯ୍ୟକଳାପ କେବଳ ଗତ ମେ’ ମାସରେ ଜଣା ପଡିଥିଲା । ସେବେ ଠାରୁ ଭାରତୀୟ ସେନା ଏବଂ ବାୟୁସେନା ଦ୍ବାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାୟୁସେନା ପୂର୍ବାଞ୍ଚଳ ସୀମାରେ ପ୍ରସ୍ତୁତ ଏବଂ ଚୀନ୍ ଆମ ଅପେକ୍ଷା ଭଲ ସ୍ଥିତିରେ ଅଛି ବୋଲି ପ୍ରଶ୍ନ ହିଁ ଉଠୁନି ବୋଲି ସେ କହିଛନ୍ତି ।

ABOUT THE AUTHOR

...view details