ଓଡିଶା

odisha

ETV Bharat / bharat

ଭାରତୀୟ ଗୁଇନ୍ଦା ବିଭାଗ ନଜରରେ ଅଛି ଚୀନର 7 ଏୟାରବେସ - ଭାରତୀୟ ଗୁଇନ୍ଦା ବିଭାଗ

ଚୀନର 7ଟି ସାମରିକ ବେସ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଭାରତୀୟ ଗୁଇନ୍ଧା ସଂସ୍ଥା । ଏଠାରେ କିଛି ସପ୍ତାହ ହେବ ଚୀନର ଗତିବିଧି ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଭାରତୀୟ ଗୁଇନ୍ଦା ବିଭାଗ ନଜରରେ ଅଛି ଚୀନର 7 ଏୟାରବେସ
ଭାରତୀୟ ଗୁଇନ୍ଦା ବିଭାଗ ନଜରରେ ଅଛି ଚୀନର 7 ଏୟାରବେସ

By

Published : Aug 20, 2020, 5:06 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖ ସୀମାରେ ଚୀନ ସହିତ ଜାରି ରହିଥିବା ବିବାଦ ମଧ୍ୟରେ ଚୀନର 7ଟି ସାମରିକ ବେସ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଭାରତୀୟ ଗୁଇନ୍ଦା ସଂସ୍ଥା । ଏଠାରେ କିଛି ସପ୍ତାହ ହେବ ଚୀନର ଗତିବିଧି ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

ସରକାରୀ ସୂତ୍ର ଅନୁଯାୟୀ, ଚୀନ ପିପୁଲ୍ସ ଲିବରେସନ ଆର୍ମିର ବାୟୁସେନା (PLAAF) ଆଶ୍ରୟସ୍ଥଳ ନିର୍ମାଣ, ରନୱେ ସମ୍ପ୍ରସାରଣ ଏବଂ ଅତିରିକ୍ତ ମାନବସମ୍ବଳ ନିୟୋଜନ ସହିତ ଏହି ବେସର ଅନେକ ନବୀକରଣ କରିଛି।

7ଟି ଏୟାରବେସ ମଧ୍ୟରୁ ଭାରତର ତତ୍ତ୍ବାବଧାନରେ ଥିବା ସାମରିକ ଏୟାରବେସରେ ଲଦାଖ-ହୋଟନ, ଗର୍ଗୁନ୍ସା ଏବଂ କାଶ୍ମୀରର ବିପରୀତ ପାର୍ଶ୍ବ ଆଦି ତିନୋଟି ଏୟାରବେସ ସାମିଲ ଥିବା ସୂତ୍ରରୁ ସୂଚନା ମିଳିଛି । ଅନ୍ୟ ଏୟାରବେସଗୁଡିକ ହେଉଛି ହୋପିଂ, କୋଙ୍କା ଜୋଙ୍ଗ, ଲିଞ୍ଜି ଏବଂ ପଙ୍ଗାଟ ।

ଜିନଜିଆଙ୍ଗ ଏବଂ ତିବ୍ଦତର ସାମରିକ ଅଞ୍ଚଳରେ ଅବସ୍ଥିତ ଚାଇନାର ସାତୋଟି ଏୟାରବେସ ଉପରେ ନଜର ରଖିବା ପାଇଁ ସାଟେଲାଇଟ ଏବଂ ଅନ୍ୟାନ୍ୟ ଉପକରଣ ବ୍ୟବହାର କରାଯାଉଥିବା ଜଣାପଡିଛି । ସୂତ୍ର ଅନୁଯାୟୀ ଚୀନର 7ଟି ଏୟାରବେସ, 6ଟି ଘରୋଇ ଯୁଦ୍ଧ ବିମାନ ଏବଂ ବୋମା ବିସ୍ଫୋରଣକାରୀ ବିମାନ ଚୀନ ଦ୍ବାରା ନିର୍ମାଣ କରାଯାଇଛି ।

ABOUT THE AUTHOR

...view details