ନୂଆଦିଲ୍ଲୀ: ଭାରତରେ ଗତ ବର୍ଷ ଚତୁର୍ଥ ତ୍ରୟମାସ ତୁଳନାରେ 2020ର ପ୍ରଥମ ତ୍ରୟମାସରେ ସାଇବର ଆଟାକ 37 ପ୍ରତିଶତ ବୃଦ୍ଧି ହୋଇଛି । ଏକ ନୂଆ ରିପୋର୍ଟରେ ଏ ନେଇ ସୂଚନା ଦିଆଯାଇଛି ।
କ୍ୟାସ୍ପର ସ୍କାଏ ସିକ୍ୟୁରିଟି ନେଟୱାର୍କ (କେଏସଏନ) ରିପୋର୍ଟ ଅନୁଯାୟୀ, ଭାରତରେ ଏହାର ପ୍ରଡକ୍ଟସ ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ 52,820,874 ସ୍ଥାନୀୟ ସାଇବର ବିପଦର ଚିହ୍ନଟ କରି ଏହାକୁ ରୋକିଛି ।
ଡାଟା ମୁତାବକ, ବିଶ୍ବ ସ୍ତରରେ ୱେବ-ଥ୍ରେଟ୍ ରାଙ୍କରେ ଭାରତ 27ତମ ସ୍ଥାନରେ ରହିଛି । ଏହି ପରିପ୍ରେକ୍ଷୀରେ କମ୍ପାନୀ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଗତ ବର୍ଷ 2019ର ଚତୁର୍ଥ ତ୍ରୟମାସରେ ଭାରତର ସ୍ଥାନ 32 ଥିଲା ।
ଭାରତରେ 2020ର ପ୍ରଥମ ତ୍ରୟମାସରେ ହୋଇଥିବା ଆଟାକ (52,820,874)ର ସ୍ଥାୟୀୟ ବିପଦ ସଂଖ୍ୟାରୁ ଜଣାପଡୁଛି କି, USB ଡ୍ରାଇଭ, ସିଡି, ଡିଭିଡି ଏବଂ ଅନ୍ୟାନ୍ୟ ଅଫଲାଇନ ପଦ୍ଧତି ମାଧ୍ୟମରେ ବିସ୍ତାରିତ ମାଲୱେୟାର ଦ୍ୱାରା କେତେଥର ୟୁଜର୍ସ ଉପରେ ଆଟାକ କରାଯାଇଛି ।
ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ହୋଷ୍ଟ କରାଯାଇଥିବା ସର୍ଭର ଯୋଗୁଁ ଆଟାକ ସଂଖ୍ୟାରେ ଭାରତ ବିଶ୍ୱରେ 11ତମ ସ୍ଥାନରେ ରହିଛି । 2019ର ଚତୁର୍ଥ ତ୍ରୟମାସରେ 854,782 ଘଟଣା ତୁଳନାରେ 2020ର ପ୍ରଥମ ତ୍ରୟମାସରେ ବଢି 2,299,682 ରହିଛି ।