ନୂଆଦିଲ୍ଲୀ: ଦେଶରେ ଖୁବ ଶୀଘ୍ର 22 ଟି ନୂଆ ଏକ୍ସପ୍ରେସୱେ ହେବାର ଅନୁମୋଦନ ପାଇବା ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଏନେଇ NHAI ପ୍ରାୟ 4 ଲକ୍ଷ କୋଟି ଟଙ୍କାର SPV ଗଠନ କରିବ ବୋଲି ସୂଚନା ମିଳିଛି। ଏହାରି ଉପରେ ନିବେଶକ ମାନେ ନିରାପଦରେ ବିନିଯୋଗ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଇନଫ୍ରା ସେକ୍ଟରରେ ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ରାଜପଥ କର୍ତ୍ତୃପକ୍ଷ ଏସପିଭି ନିର୍ମାଣ କରୁଥିବା ଜଣାପଡିଛି।
ଭାରତରେ ହେବ 22 ଟି ନୂଆ ଏକ୍ସପ୍ରେସୱେ - india will soon get 22 expressway
ଦେଶରେ ଖୁବ ଶୀଘ୍ର 22 ଟି ନୂଆ ଏକ୍ସପ୍ରେସୱେ ହେବାର ଅନୁମୋଦନ ପାଇବା ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଏନେଇ NHAI ପ୍ରାୟ 4 ଲକ୍ଷ କୋଟି ଟଙ୍କାର SPV ଗଠନ କରିବ ବୋଲି ସୂଚନା ମିଳିଛି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭାରତରେ ହେବ 22 ଟି ନୂଆ ଏକ୍ସପ୍ରେସୱେ
ଏହାର ପ୍ରଥମ ପର୍ଯ୍ୟାୟରେ 45 ହଜାର କୋଟି ଟଙ୍କା ମୁଲ୍ୟର ମୁମ୍ବାଇରୁ ଦିଲ୍ଲୀ ଏକ୍ସପ୍ରେସୱେ ପାଇଁ ପ୍ରଥମ ଏସପିଭି ନିର୍ମାଣ କରାଯାଇଛି। NHAI ଏସପିଭି ତିଆରି କରିବାର ଦୁଇଟି ଉପାୟ ଅବଲମ୍ବନ କରିବ। ଏଥି ମଧ୍ୟରୁ ପ୍ରଥମଟି 50 ରୁ 150 କିଲୋମିଟରର ଏକ ଏକ୍ସପ୍ରେସୱେ ପ୍ରକଳ୍ପ ପାଇଁ SPV ହେବ। ଏଥି ସହିତ 300 ରୁ 400 କିଲୋମିଟର ପର୍ଯ୍ୟନ୍ତ ଅଧିକ ଏସପିଭି ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି।