ଓଡିଶା

odisha

ETV Bharat / bharat

ଚେତାଇଲେ ରାଜନାଥ, ଏଣିକି ପିଓକେ ପ୍ରସଙ୍ଗରେ ହେବ ଆଲୋଚନା

ପାକ୍‌କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଚେତାବନୀ। ପାକିସ୍ତାନ ସହ ଯାହା ବି ଆଲୋଚନା ହେବ ତାହା କେବଳ ପାକ୍ ଅଧିକୃତ କାଶ୍ମୀର(ପିଓକେ) ଉପରେ ହିଁ ହେବ ବୋଲି ସେ କହିଛନ୍ତି । ଏହା ପରୋକ୍ଷରେ ପାକ୍‌କୁ ରାଜନାଥଙ୍କ ସତର୍କବାଣୀ ।

ଡିଜାଇନ ଫଟୋ

By

Published : Aug 18, 2019, 4:10 PM IST

ଚଣ୍ଡିଗଡ: ଜାମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ମୁଣ୍ଡ ପିଟି କାନ୍ଦୁଛି ପାକିସ୍ତାନ । ଭାରତ ବିରୋଧୀ ପଦକ୍ଷେପ ନେବା ପାଇଁ ପ୍ରତିକ୍ରିୟାଶୀଳ ହୋଇ ଉଠିଛି । ଗୋଟିଏ ପଟେ ବେସାହାରା ପାକିସ୍ତାନକୁ କେଉଁ ଆଡୁ ମିଳୁନାହିଁ ସମର୍ଥନ, ଅନ୍ୟପଟେ ପଛକୁ ପଛ ଚେତାବନୀ ପୂର୍ଣ୍ଣ ବୟାନ ପାକିସ୍ତାନକୁ ଦେଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ ସଦ୍ୟ ବୟାନରେ ପାକିସ୍ତାନ ସହ ଯାହା ବି ଆଲୋଚନା ହେବ ତାହା କେବଳ ପାକ୍ ଅଧିକୃତ କାଶ୍ମୀର(ପିଓକେ) ଉପରେ ହିଁ ହେବ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ,ଟ୍ହିଟର@rajnathsingh


ରବିବାର ପ୍ରତିରକ୍ଷା ମନ୍ତ୍ରୀ ହରିୟାଣାର କାଲକାରେ ଏକ ଜନସଭାକୁ ସମ୍ଵୋଧିତ କରି ଏହି କଥା କହିଛନ୍ତି। ସେ କହିଛନ୍ତି ଯେ ଧାରା 370 ଓ 35(A) ହଟିଲା ପରେ ଆମ ପଡୋଶୀ ବିଚଳିତ ହୋଇଯାଇଛି । ବାରଦୁଆର ବୁଲି ସାହାଯ୍ୟ ଭିକ୍ଷା ପାଇଁ କବାଟ ଠକ୍‌ଠକ କରୁଛି ଏହି ଦେଶ ।


ଏହାସହ ସେ ଆହୁରି କହିଛନ୍ତି ଯେ କିଛି ଲୋକ ପାକିସ୍ତାନ ସହ ଆଲୋଚନା କରିବା କଥା କହୁଛନ୍ତି । ମାତ୍ର ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ ଦେବା ବନ୍ଦ ନକରିଛି ସେତେ ପର୍ଯ୍ୟନ୍ତ କୌଣସି ପ୍ରକାର କଥାବାର୍ତ୍ତା ପାକିସ୍ତାନ ସହ ହେବ ନାହିଁ । ଯଦି ଆଗକୁ ଯାହା ବି କିଛି ଆଲୋଚନା ହେବ ତାହା ପିଓକେ ଉପରେ ହେବ ବୋଲି ସ୍ପଷ୍ଟ କରିଛନ୍ତି ।


ଏଠାରେ ସୂଚନା ଯୋଗ୍ୟ ଯେ ଗଲାା ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜସ୍ଥାନର ପୋଖରାନଠାରେ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ପରମାଣୁ ଅସ୍ତ୍ର ପ୍ରୟୋଗ ଉପରେ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ରାଜନାଥ କହିଥିଲେ ଯେ ଭାରତ ପରମାଣୁ ଅସ୍ତ୍ର ଗୁଡିକ ପାଇଁ ‘ନୋ ଫାଷ୍ଟ ୟୁଜ’ (NFU) କିମ୍ବା ‘ପ୍ରଥମେ ବ୍ୟବହାର କରାଯିବ ନାହିଁ ‘ ନୀତି ଆଜି ପର୍ଯ୍ୟନ୍ତ ରହିଥିବା କହିଛନ୍ତି | ମାତ୍ର ଭବିଷ୍ୟତରେ କଣ ହେବ ତାହା ପରିସ୍ଥିତି ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି । ଏହା କହି ପରୋଷରେ ସେ ପାକିସ୍ତାନକୁ ଚେତାବନୀ ଦେଇଥିଲେ

ABOUT THE AUTHOR

...view details