ନୂଆଦିଲ୍ଲୀ: ଭାରତ ନିଜର ସାର୍ବଭୌମତ୍ବ ତଥ୍ୟ ସହ ବୁଝାମଣା କରେନାହିଁ । ଗତ ଶନିବାର ଇଣ୍ଡିଆ ମୋବାଇଲ କଂଗ୍ରେସ(ଆଇଏମସି) 2019ର ଏକ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏପରି ଏକ ମନ୍ତବ୍ୟ ଦେଇଛନ୍ତି । ଏଥିସହ ସେ କହିଛନ୍ତି ଆମ ଦେଶ ବିଶ୍ବରେ ତଥ୍ୟ ବିଶ୍ଳେଷଣର ସବୁଠାରୁ ବଡ କେନ୍ଦ୍ର ପାଲଟିବା ପାଇଁ ଚେଷ୍ଟା କରିବ ।
ଭାରତ ସାର୍ବଭୌମତ୍ବ ତଥ୍ୟ ସହ ବୁଝାମଣା କରେନାହିଁ: ରବିଶଙ୍କର ପ୍ରସାଦ - data
ଭାରତ ନିଜର ସାର୍ବଭୌମତ୍ବ ତଥ୍ୟ ସହ ବୁଝାମଣା କରେନାହିଁ ବୋଲି କହିଛନ୍ତି କେନ୍ଦ୍ରୀୟ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ।
ଫାଇଲ ଫଟୋ
ଆହୁରି ସେ କହିଛନ୍ତି, ମୁଁ ଉତ୍ସାହିତ ଯେ ଭାରତରେ ତଥ୍ୟ ବିଶ୍ଳେଷଣ, ତଥ୍ୟ ରିଫାଇନାରୀ, ତଥ୍ୟ ଇନୋଭେସନ, ସୁରକ୍ଷା ଏବଂ ସୁରକ୍ଷାର ଏକ ବଡ କେନ୍ଦ୍ର ହେବ । ତେବେ ଆମେ ଏକ ତଥ୍ୟ ସୁରକ୍ଷା ଆଇନ କରିବା ନିମନ୍ତେ କାମ କରୁଛୁ । ଯାହା ବହୁତ ଶୀଘ୍ର ଲାଗୁ ହେବ ।