ନୂଆଦିଲ୍ଲୀ: କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆରୁ ଅନୁମତି ଆଣିବ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ପ୍ରଧାନମନ୍ତ୍ରୀଙ୍କ ଟିକା ସମୀକ୍ଷା ବୈଠକ ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି ସେର୍ ଇନଷ୍ଟିଚ୍ୟୁଟର ଅଧିକାରୀ ଅଦାର ପୁନାୱାଲା । ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମିଳୁଥିବା ତଥ୍ୟ ଅନୁସାରେ ଭାରତକୁ ଜୁଲାଇ ୨୦୨୧ ସୁଦ୍ଧା ୩୦ କୋଟିରୁ ୪୦ କୋଟି ମାତ୍ରାର ଟିକା ଆବଶ୍ୟକ ।
‘କୋଭିଡ ଟିକା ବଣ୍ଟନରେ ଭାରତକୁ ମିଳିବ ପ୍ରାଥମିକତା’ - ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ
କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆରୁ ଅନୁମତି ଆଣିବ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ଅଧିକ ପଢନ୍ତୁ...
କୋଭିଡ୍ ଟିକା ବିତରଣ
ଟିକା ବିତରଣରେ ସେରମ୍ ଭାରତକୁ ପ୍ରାଥମିକତା ଦେବ ବୋଲ ଅଦାର କହିଛନ୍ତି । ଅନ୍ୟପକ୍ଷେ ୟୁରୋପୀୟ ରାଷ୍ଟ୍ରରେ ବିତରଣ ଦାୟିତ୍ବ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ନେବେ ବୋଲି କୁହାଯାଇଛି । ଆବଶ୍ୟକ ହେଲେ ସେମାନଙ୍କ ପାଇଁ ମଧ୍ୟ ଭାରତରେ ଟିକା ପ୍ରସ୍ତୁତ କରାଯାଇପାରିବ । ତେବେ ଏଯାବତ୍ ସେରମ୍ ପ୍ରାୟ 10 କୋଟି ଟିକା ପ୍ରସ୍ତୁତ କରିସାରିଲାଣି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ