ଭାରତୀୟ ବ୍ୟାଙ୍କରୁ ଠକେଇ କରି ଗତ 2016ରେ ଲଣ୍ଡନ ପଳାଇ ଥିଲା ମାଲ୍ୟା । ତାଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଓ ଭାରତୀୟ ତଦନ୍ତ ସଂସ୍ଥାକୁ ଦୀର୍ଘଦିନ ଧରି ଲଢେଇ କରିବାକୁ ପଡିଥିଲା । ଲଣ୍ଡନ କୋର୍ଟ 2018ରେ ମାଲ୍ୟାଙ୍କୁ ଭାରତ ପଠାଇବା ନେଇ ରାୟ ପ୍ରକାଶ କରିବା ପରେ ଭାରତ ସରକାରଙ୍କୁ ମିଳିଥିଲା ଆଶ୍ବସ୍ତି ।
ଭାରତ ଫେରିବ ପଳାତକ ମାଲ୍ୟା - Indian industrialist bank
ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଖୁବଶୀଘ୍ର ଆସିବ ଭାରତ । ଦେଶକୁ ପ୍ରତ୍ୟାର୍ପଣ କରିବା ପାଇଁ ବ୍ରିଟେନ ସରକାର ଅନୁମତି ଦେଇଛନ୍ତି । ତେବେ ପ୍ରତ୍ୟାର୍ପଣ ବିରୁଦ୍ଧରେ ଆଗାମୀ 14 ଦିନ ମଧ୍ୟରେ ଆବେଦନ କରିପାରିବ ମାଲ୍ୟା । ଭାରତକୁ ଫେରିବା ନେଇ ମୋଦି ସରକାରଙ୍କ ଏହା ବଡ ଉପଲବ୍ଧି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।
ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
ସେପଟେ ପଳାତକ ମାଲ୍ୟା କିନ୍ତୁ ପ୍ରତ୍ୟାର୍ପଣ ବିରୁଦ୍ଧରେ ଆଇନର ଆଶ୍ରୟ ନେଇଛି । ମୂଳଧନର 100 ପ୍ରତିଶତ ଋଣ ସୁଝିବା ପାଇଁ ସେ ସରକାରଙ୍କୁ ପୂର୍ବରୁ ଅଫର ମଧ୍ୟ ଦେଇ ସାରିଛି ।