ଓଡିଶା

odisha

ETV Bharat / bharat

ଗଣତନ୍ତ୍ର ଦିବସରେ ଯୋଗ ଦେବେନି ବୋରିସ୍ ଜନସନ୍ - ବୋରିସ୍ ଜନସନ୍

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଭାରତ ଗସ୍ତକୁ ବାତିଲ କରିଛନ୍ତି। ଜନସନଙ୍କୁ ଗଣତନ୍ତ୍ର ଦିବସ ପରେଡରେ ନିମନ୍ତ୍ରଣ କରାଯାଇଥିଲା ମାତ୍ର, ତାଙ୍କ ଯାତ୍ରା ବାତିଲ ହୋଇଯାଇଛି । ଅଧିକ ପଢନ୍ତୁ...

ଗଣତନ୍ତ୍ର ଦିବସରେ ଯୋଗ ଦେବେନି ବୋରିସ୍ ଜନସନ୍
ଗଣତନ୍ତ୍ର ଦିବସରେ ଯୋଗ ଦେବେନି ବୋରିସ୍ ଜନସନ୍

By

Published : Jan 5, 2021, 6:28 PM IST

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଭାରତ ଗସ୍ତକୁ ବାତିଲ କରିଛନ୍ତି। ଜନସନଙ୍କୁ ଗଣତନ୍ତ୍ର ଦିବସ ପରେଡରେ ନିମନ୍ତ୍ରଣ କରାଯାଇଥିଲା ମାତ୍ର ଯାତ୍ରା ବାତିଲ ହୋଇଛି । ଏହାପୂର୍ବରୁ 15 ଡିସେମ୍ବରରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ଗ୍ରହଣ କରିଥିଲେ । ଜନସନ ଭାରତୀୟ ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥାନ୍ତେ। ଡିସେମ୍ବର 2 ରେ ବ୍ରିଟିଶ ହାଇ କମିଶନଙ୍କ ମୁଖପାତ୍ର କହିଥିଲେ ଯେ ଜନସନ ଭାରତ ଆସିବାକୁ ଆଗ୍ରହୀ ଅଛନ୍ତି।

ଏନେଇ ବ୍ରିଟେନ ସରକାର କହିଛନ୍ତି, ‘ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ଯୋଜନା ଅନୁଯାୟୀ ଚଳିତ ମାସରେ ସେ ଭାରତ ଗସ୍ତରେ ଆସିପାରିବେ ନାହିଁ ବୋଲି ଦୁଃଖ ପ୍ରକାଶ କରିଛନ୍ତି। ସୋମବାର ରାତିରେ ଘୋଷଣା ହୋଇଥିବା ଦେଶବ୍ୟାପୀ ଲକଡାଉନ୍ ଏବଂ ନୂତନ କୋରୋନା ଭାଇରସ୍ ଷ୍ଟ୍ରେନ୍ ବିସ୍ତାର କରୁଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ବୋରିସ୍ ବ୍ରିଟେନରେ ରହିବା ଜରୁରୀ ବୋଲି ଭାବିଛନ୍ତି’ ।

ଗଣତନ୍ତ୍ର ଦିବସରେ ଯୋଗ ଦେବେନି ବୋରିସ୍ ଜନସନ୍

ଭାରତ ସ୍ବାଧୀନ ହେବା ପରେ ମୁଖ୍ୟ ଅତିଥି ଭାବରେ ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ପରେଡରେ ଯୋଗ ଦେଇଥିବା ବ୍ରିଟେନର ଦ୍ବିତୀୟ ପ୍ରଧାନମନ୍ତ୍ରୀ ହୋଇଥାନ୍ତି ବୋରିସ ଜନସନ୍ । ଏହାପୂର୍ବରୁ 1993 ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜନ୍ ମେଜର ମୁଖ୍ୟ ଅତିଥି ହୋଇଥିଲେ। ଡିସେମ୍ବର 15 ରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ହେବାକୁ ନିମନ୍ତ୍ରଣ ଗ୍ରହଣ କରିବା ପରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଯେ ଏହା ଭାରତ-ବ୍ରିଟେନ ସମ୍ପର୍କର ଏକ ନୂତନ ଯୁଗର ଆରମ୍ଭ ହେବ।

ପ୍ରକାଶଥାଉକି, 26 ଜାନୁଆରୀ 1950 ରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲା। ସେବେଠାରୁ ଆମେ ପ୍ରତିବର୍ଷ ଗଣତନ୍ତ୍ର ଦିବସ ପାଳନ କରୁଛୁ । 26 ଜାନୁୟାରୀ 2021 ରେ ଭାରତ ଏହାର 72 ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି। ପ୍ରତିବର୍ଷ ଏହି ଅବସରରେ ଭାରତ କିଛି ଦେଶର ମୁଖ୍ୟଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଏ । 1950 ରୁ 2020 ପର୍ଯ୍ୟନ୍ତ ଗଣତନ୍ତ୍ର ଦିବସରେ ଭାରତ 80 ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details