ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ପ୍ରାଣ ପ୍ରଣେ ଚେଷ୍ଟା କରୁଛି ଭାରତ । ସରକାର ନେଉଥିବା ବିଭିନ୍ନ ପଦକ୍ଷେପକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରଶଂସା କରିଛି । ଏନେି ବିଶ୍ବସ୍ବାସ୍ଥ୍ୟସଙ୍ଗଠନର କ୍ଷେତ୍ରୀୟ ନିର୍ଦେଶକ ଡଃ ପୁନମ କ୍ଷେତ୍ରପାଲ ସିଂହ କହିଛନ୍ତି ଯେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି, ଏବଂ ଏହାର କାରଣ ହେଉଛି ଖୁବଶୀଘ୍ର ଭାରତ ଏହା ବିରୋଧରେ କଡା ପଦକ୍ଷେପ ନେଇଛି ।
ପ୍ରାରମ୍ଭରୁ ହିଁ ଭାରତ ପଦକ୍ଷେପ ନେଇଥିବାରୁ ସଂକ୍ରମଣ ସଂଖ୍ୟା କମ ରହିଛି: WHO - india took early aggressive measures that is why fewer cases in india
ଅନ୍ୟ ଦେଶ ଅପେକ୍ଷା ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅପେକ୍ଷାକୃତ କମ ରହିଛି । ଏନେଇ ଭାରତ ଖୁବଶୀଘ୍ର ଉଚିତ ପଦକ୍ଷେପ ନେଇଥିବା ହେତୁ ଏପରି ସମ୍ଭବ ହୋଇଛି ବୋଲି କହିଛି ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ।
ଲକଡାଉନର ଅବିଧି ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଏହି କ୍ଷେତ୍ରରେ ପୁନମ କ୍ଷେତ୍ରପାଲ ସିଂହ କହିଛନ୍ତି ଯେ, ମେ 3 ପରେ ମଧ୍ୟ ଲକଡାଉନ ଧିରେ ଧିରେ ଉଠିବା ଦରକାର । ଲକଡାଉନ ଉଠିବା ପରେ କିଛି ଜିନିଷ ଉପରେ ବିଶେଷ ଧ୍ୟାନ ଦେବାକୁ ସେ କହିଛନ୍ତି । ଯେମିତି କି ଟ୍ରାନ୍ସ ମିଶନ ନିୟନ୍ତ୍ରିତ ହେବା ଦରକାର, ସଂକ୍ରମିତଙ୍କୁ ଚିହ୍ନିବା ପାଇଁ ସମସ୍ତ ବ୍ୟବସ୍ଥା ହେବା ଦରକାର, ଅଧିକରୁ ଅଧିକ ଟେଷ୍ଟ ହେବା ଦରକାର, ଲୋକଙ୍କୁ ଆଇସୋଲେଟ କରିବା ଦରକାର, ସଂକ୍ରମିତ ଲୋକଙ୍କ ଚିକିତ୍ସା କରାଯିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ଚିକିତ୍ସା କରାଯିବା ଦରକାର । ଏ ସମସ୍ତ ଦିଗ ପ୍ରତି ଦୃଷ୍ଟି ଦେଲେ ଲକଡାଉନ ଉଠାଯିବା ଦରକାର ବୋଲି ସେ କହିଛନ୍ତି ।