ନୂଆଦିଲ୍ଲୀ: ବସୁଧୈବ କୁଟୁମ୍ବକମର ମନ୍ତ୍ରରେ ଅଭିମନ୍ତ୍ରିତ ଭାରତ ନିଜକୁ ଆତ୍ମନିର୍ଭର କରିବା ସହ ଅନ୍ୟ ଦେଶକୁ ବଢାଉଛି ସହଯୋଗର ହାତ । ମହମାରୀ ବିରୋଧରେ ଜାରି ଏହି ଯୁଦ୍ଧ ସମୟରେ ଆଗେଇ ଆସି ବିଶ୍ବକୁ ଭ୍ୟାକ୍ସିନ ଯୋଗାଉଛି ଭାରତ । ଏହିକ୍ରମରେ ଆଫ୍ରିକାକୁ 1 କୋଟି ଟିକା ପଠାଇବା ନେଇ ଭାରତ ଯୋଜନା କରିଛି । ସେହିପରି ୟୁଏନର ସ୍ବାସ୍ଥ୍ୟକର୍ମୀଙ୍କୁ ମଧ୍ୟ 10 ଲକ୍ଷ କୋରୋନା ଟିକା ପଠାଯିବ ।
ସେପଟେ ଏବେସୁଦ୍ଧା ଭାରତ 55 ଲକ୍ଷ କୋରୋନା ଟିକା ଡୋଜ ପଡୋଶୀ ଦେଶଗୁଡିକୁ ଉପହାର ଆକାରରେ ପଠାଇସାରିଛି । ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଭାରତର ବୈଦେଶିକମନ୍ତ୍ରୀ ଅନୁରାଗ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି, ଓମାନ, କାରିକୋମ ଦେଶ, ନାଇକାରାଗୁଆ ଓ ପ୍ରଶାନ୍ତମହାସାଗରିୟ ଦେଶଗୁଡିକୁ ମଧ୍ୟ ଟିକା ପଠାଯିବାର ଯୋଜନା ରହିଛି ।