ଓଡିଶା

odisha

ETV Bharat / bharat

ତିକ୍ତତା ହ୍ରାସ ପରେ ଲଦାଖରେ ପୁଣି ପାଟ୍ରୋଲିଂ କରିବ ସେନା - ଭାରତ-ଚୀନ ବିବାଦ

ପୂର୍ବ ଲଦାଖରେ ଭାରତ-ଚୀନ ମଧ୍ୟରେ ବିବାଦ ଶେଷ ପରେ ପୁଣି ପାଟ୍ରୋଲିଂ ଆରମ୍ଭ କରିବ ଭାରତ । ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ତିକ୍ତତା ହ୍ରାସ ପରେ ଲଦାଖରେ ପୁଣି ପାଟ୍ରୋଲିଂ କରିବ ସେନା
ତିକ୍ତତା ହ୍ରାସ ପରେ ଲଦାଖରେ ପୁଣି ପାଟ୍ରୋଲିଂ କରିବ ସେନା

By

Published : Jul 10, 2020, 12:35 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ବିବାଦର ସମାଧାନ ପାଇଁ ଉଭୟ ଭାରତ ଓ ଚୀନ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। ଏଲଏସିର ବିଭିନ୍ନ ସ୍ଥାନରୁ ଚୀନ ହଟିବାରେ ଲାଗିଛି । ତେବେ ଦୁଇ ଦେଶ ମଧ୍ୟରେ ସମ୍ପୂର୍ଣ୍ଣ ତିକ୍ତତା ହ୍ରାସ ପାଇଲେ, ପୂର୍ବ ପରି ଭାରତ ଏଲଏସିର ସମସ୍ତ ପିଙ୍ଗର୍ସ ଅଞ୍ଚଳ ସହ ଲଦାଖର ପଙ୍ଗୋଙ୍ଗ ହ୍ରଦରେ ପାଟ୍ରୋଲିଂ ଆରମ୍ଭ କରିବ ।

ପୂର୍ବରୁ ଏହି ଅଞ୍ଚଳରେ ପାଟ୍ରୋଲିଂ ଜାରି ରହିଥିଲା । ହେଲେ ଚୀନ ସୈନ୍ୟ ଏଠାରେ ଜବରଦସ୍ତି ପ୍ରବେଶ କରି ଭାରତର କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ଚେଷ୍ଟା କରିଥିଲେ । ଫଳରେ କିଛି ଦିନ ହେବ ପାଟ୍ରୋଲିଂ ବନ୍ଦ ରହିଛି । ବିବାଦ ସମାଧାନ ପରେ ବ୍ୟକ୍ତିଗତ ଭାବେ ଆମେ ଆମର ସମସ୍ତ ପଏଣ୍ଟକୁ ତର୍ଜନା କରିବୁ ଓ ପୂର୍ବଭଳି ପାଟ୍ରୋଲିଂ ମଧ୍ୟ କରିବୁ ବୋଲି ଜଣେ ସେନା ଅଧିକାରୀ କହିଛନ୍ତି ।

ଭାରତର ଦାବି ଅନୁସାରେ, ଏଲଏସିରେ ଥିବା 8ଟି ପିଙ୍ଗର୍ସ ପଏଣ୍ଟରେ ଭାରତୀୟ ସେନା ବହୁ ପୂର୍ବରୁ ପାଟ୍ରୋଲିଂ କରିଆସୁଥିବାବେଳେ ଏହା ନୂଆଦିଲ୍ଲୀର ଅଂଶବିଶେଷ । କିନ୍ତୁ ଚୀନ ପିଙ୍ଗର 4ପରେ ଥିବା ଏଲଏସି ବେଜିଂର ବୋଲି କହୁଛି। ମେ’ ମାସ ଆରମ୍ଭରେ ଭାରତୀୟ ସେନା ଫିଙ୍ଗର ୮କୁ ଯିବା ବେଳେ ଚୀନ ଏଥିରେ ବାଧା ସୃଷ୍ଟି କରିଥିଲା ।

ଏହାକୁ ନେଇ ପ୍ରଥମ ଥର ପାଇଁ ଦୁଇ ଦେଶ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏବେ ଡସଏନଗେଜମେଣ୍ଟ ଚାଲିଥିବାରୁ ଚୀନ ଫିଙ୍ଗର ୪ରୁ ୮ ମଧ୍ୟରେ ଅଞ୍ଚଳ ଖାଲି କରିବାର ସମ୍ଭାବନା ରହିଛି। ଚୀନ ଫିଙ୍ଗର ୪ରୁ ୮ ମଧ୍ୟରେ ୧୮୬ଟି ଟେଣ୍ଟ ନିର୍ମାଣ କରିଥିଲା।

ଫିଙ୍ଗର ୪ରୁ କିଛି ଟେଣ୍ଟ ବେଜିଂ ହଟାଇଥିବା ଦେଖିବାକୁ ମିଳିଛି। ସେହିପରି ଗଲୱାନ ଭ୍ୟାଲି, ହଟ ସ୍ପ୍ରିଙ୍ଗସ ଓ ଗୋଗ୍ରା ସୀମାରୁ ଉଭୟ ଦେଶ ୨ କିମି ଲେଖାଏଁ ପଛକୁ ମଧ୍ୟ ହଟିଛନ୍ତି। ତେଣୁ ଖୁବଶୀଘ୍ର ସବୁ କିଛି ସମାଧାନ ହେବ ବୋଲି ଆଶା କରାଯାଉଛି।

ABOUT THE AUTHOR

...view details