ନୂଆଦିଲ୍ଲୀ: ସାରା ଦୁନିଆର ନଜର ଏବେ କୋରୋନା ଭ୍ୟାକ୍ସିନ ଉପରେ ରହିଛି । ଯେପର୍ଯ୍ୟନ୍ତ କୋରୋନା ଭ୍ୟାକ୍ସିନ ବିକଶିତ ହୋଇ ନାହିଁ ସେ ପର୍ଯ୍ୟନ୍ତ କୋରୋନା ବିରୋଧୀ ଲଢେଇ ଏକ ପ୍ରକାର ଅସମ୍ଭବ । ଏଭଳି ସମୟରେ ଭାରତ 2021 ମସିହାରେ 300 ମିଲିୟନ୍ ଡୋଜ ରୁଷିଆ ସ୍ପୁଟନିକ୍ ଭି କୋରୋନା ଟିକା ଉତ୍ପାଦନ କରିବ ବୋଲି ରୁଷିଆ 24 ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ।
ଡିମିଟ୍ରିଭ୍ ଉଲ୍ଲେଖ କରିଛନ୍ତି ଯେ, ସ୍ପୁଟନିକ ଭି ବୁଝାମଣା କରିଥିବା 110 ଟି ଉତ୍ପାଦନ ସ୍ଥାନ ମଧ୍ୟରୁ RDIF 10ଟି ଚୟନ କରିଛି । ଏହାପୂର୍ବରୁ ଡିମିଟ୍ରିଭ୍ କହିଥିଲେ ଯେ, ସ୍ପୁଟନିକ୍ ଭି ଉତ୍ପାଦନ ଅନ୍ୟ ଦେଶରେ, ବିଶେଷ କରି ଭାରତ, କୋରିଆ, ବ୍ରାଜିଲ ଏବଂ ଚାଇନାରେ ଆରମ୍ଭ ହୋଇଥିଲା । ଋଷ ବିଶ୍ବର ପ୍ରଥମ ଦେଶ ଥିଲା, ଯେଉଁଠାରେ ଅଗଷ୍ଟ 11 ତାରିଖରେ ଏହି ଟୀକାର ବ୍ୟବହାର ଆରମ୍ଭ କରାଯାଇଥିଲା । ଜୁନ୍-ଜୁଲାଇରେ ଏହି ଔଷଧ କ୍ଲିନିକାଲ୍ ଟ୍ରାଏଲ୍ ପାସ କରିଥିଲା, ସେପ୍ଟେମ୍ବର 7 ରେ ମସ୍କୋରେ ପଞ୍ଜୀକରଣ ପରବର୍ତ୍ତୀ ଅଧ୍ୟୟନ ଆରମ୍ଭ ହୋଇଥିବାବେଳେ ସ୍ବେଚ୍ଛାସେବୀମାନେ ସେପ୍ଟେମ୍ବର 9 ରେ ପ୍ରଥମ ଟିକା ଗ୍ରହଣ କରିଥିଲେ ।