ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ଚୀନକୁ ଟକ୍କର ଦେବା ସହ ରାଷ୍ଟ୍ରୀୟ ସୁରକ୍ଷାକୁ ସୁଦୃଢ କରିବା ନେଇ ଭାରତ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ । ଆଣ୍ଟି-ସ୍ୟାଟେଲାଇଟ(ଏ-ସ୍ୟାଟ) ମିସାଇଲ ସଫଳ ପରୀକ୍ଷଣ ପରେ ଏବେ ଟ୍ରାଇ ସର୍ଭିସ ଡିଫେନ୍ସ ଏଜେନ୍ସି ଆରମ୍ଭ କରିଦେଇଛି ଦେଶ । ଏଥିସହ ଆଗାମୀ ମାସରୁ ସିମୁଲେଟେଡ 'ଅନ୍ତରୀକ୍ଷ ଯୁଦ୍ଧାଭ୍ୟାସ' ନେଇ ଯୋଜନା କରାଯାଉଛି । ଯାହାକୁ 'ଇଣ୍ଡୋସ୍ପେସଏକ୍ସ' ବୋଲି କୁହାଯାଉଛି ।
ଏହି ଅଭ୍ୟାସ ମୂଳ ରୂପରେ 'ଟେବୁଲ-ଟପ ବାର-ଗେମ' ଉପରେ ଆଧାରିତ। ଯେଉଁଥିରେ ସେନା ଓ ବୈଜ୍ଞାନିକ ସମୁଦାୟ ସମସ୍ତ ହିତାଧିକାରୀ ଏଥିରେ ଅଂଶ ଗ୍ରହଣ କରିବେ । ଏହା ସେହି ଗମ୍ଭୀରତାକୁ ସୂଚାଉଛି ଯେଉଁଥିରେ ଭାରତ-ଚୀନ ଭଳି ଦେଶର ମହାକାଶ ସମ୍ପତ୍ତି ଉପରେ ସମ୍ଭାବିତ ଭୟ ସହ ମୁକାବିଲା କରିବାକୁ ପ୍ରସ୍ତୁତ ରହିବ।