ନୂଆଦିଲ୍ଲୀ: ଚୀନ ନାଗରିକ ଏବଂ ଚୀନରେ ବାସ କରୁଥିବା ଅନ୍ୟ ଦେଶର ନାଗରିକଙ୍କ ପାଇଁ ଇ-ଭିସା ସାମୟିକ ଭାବେ ବାତିଲ କଲା ଭାରତ । ମାରାତ୍ମକ କୋରୋନା ଭାଇରସ ଭୟଙ୍କର ଭାବେ ବ୍ୟାପୁଥିବାରୁ ତତ୍କାଳ ପ୍ରଭାବରେ ଇ-ଭିସା ବାତିଲ କଲା ଭାରତ । ବର୍ତ୍ତମାନ ସୁଦ୍ଧା ଚୀନରେ ତିନି ଶହରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ନେଲାଣି ଏହି ଭାଇରସ ।
ବର୍ତ୍ତମାନର ପରିସ୍ଥିତି ଦେଖି ସାମୟିକ ଭାବେ ଇ-ଭିସାକୁ ସ୍ଥଗିତ ରଖାଯାଇଛି । ଏହି ଭାଇରସ୍ ବର୍ତ୍ତମାନ 14 ହଜାରରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ ହୋଇଛନ୍ତି । ତେବେ ଭାରତ, ଆମେରିକା ଏବଂ ବ୍ରିଟେନ୍ ସମେତ 25ଟି ଦେଶରେ ଏହି ଭାଇରସ ବ୍ୟାପିଥିବା ସୂଚନା ରହିଛି । ଏନେଇ ଚାଇନାରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଟ୍ବିଟ ଜରିଆରେ ଜଣାଇ ଦିଆଯାଇଛି।