ଓଡିଶା

odisha

ETV Bharat / bharat

ଭାରତ ଓ ନେପାଳ ସୀମାରେ ଗୁଳିକାଣ୍ଡ, ଆକ୍ସନମୋଡରେ କେନ୍ଦ୍ର ସରକାର

ଭାରତ ଓ ନେପାଳ ସୀମାରେ ଭାରତୀୟ ନାଗରିକଙ୍କୁ ନେପାଳ ପୋଲିସର ହତ୍ୟା ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର। ସୋମବାର କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ନେପାଳ ସରକାରଙ୍କୁ ନେଇ ବିସ୍ତୃତ ରିପୋର୍ଟ ମଗାଯାଇଛି।

ଭାରତ ଓ ନେପାଳ ସୀମା ଗୁଳିକାଣ୍ଡ, ଆକ୍ସନମୁଡରେ କେନ୍ଦ୍ର ସରକାର
ଭାରତ ଓ ନେପାଳ ସୀମା ଗୁଳିକାଣ୍ଡ, ଆକ୍ସନମୁଡରେ କେନ୍ଦ୍ର ସରକାର

By

Published : Jun 15, 2020, 12:56 PM IST

ନୂଆଦିଲ୍ଲୀ: ଭାରତ ଓ ନେପାଳ ସୀମାରେ ଭାରତୀୟ ନାଗରିକଙ୍କୁ ନେପାଳ ପୋଲିସର ହତ୍ୟା ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର। ସୋମବାର କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ନେପାଳ ସରକାରଙ୍କୁ ନେଇ ବିସ୍ତୃତ ରିପୋର୍ଟ ମଗାଯାଇଛି।

ଭାରତ ନେପାଳ ସୀମାର ବିହାର୍ସର ସିତାମାର ଜିଲ୍ଲାରେ ଜୁନ୍ 12 ରେ ସୀମାରେ କାର୍ଯ୍ୟରତ ଜଣେ ଭାରତୀୟ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା। ଏହାସହ ଘଟଣାରେ 3 ଜଣ ଆହତ ହୋଇଥିଲେ। ଏହାପରେ ମାମଲା ଜଟିଳ ହେବା ସହ ନେପାଳ ସରକାରଙ୍କ ସହ କଥା ହୋଇ ଭାରତ ଏନେଇ ଆଲୋଚନା ଆରମ୍ଭ କରିଛି।

ପ୍ରକାଶ ଯେ, ନେପାଳ ସରକାର ଦେଶର ମ୍ୟାପରେ ବ୍ୟାପକ ପରିବର୍ତ୍ତନ କରି ଭାରତର କିଛି ଅଂଶକୁ ନିଜର ବୋଲି ଦାବି କରିଛନ୍ତି। ଏହାସହ ଏକ ନୂତନ ମ୍ୟାପ୍ ସଂସଦରେ ପାରିତ ପାଇଁ ଆଗତ କରାଯାଇଛି। ଯାହାକୁ ଭାରତ ସରକାର ଦୃଢ ପ୍ରତିବାଦ କରିବା ସହ ଦେଶର ସର୍ବଭୌମ, ଅଖଣ୍ଡତା ଓ ବୁଝାମଣା ଅସମ୍ଭବ ବୋଲି ସଫାସଫା ଶୁଣାଇ ଦେଇଛନ୍ତି।

ତେବେ ପୂର୍ବରୁ କାଠମାଣ୍ଡୁ ନିକଟରେ ସମ୍ବିଧାନରେ ଏକ ନୂତନ ମାନଚିତ୍ର ଅନ୍ତର୍ଭୁକ୍ତ କରିବା ପାଇଁ ଭାରତ ଏବଂ ନେପାଳ ମଧ୍ୟରେ ତିକ୍ତତା ମଧ୍ୟରେ ଏହି ଗୁଳି ବିନିମୟ ଘଟିଛି। ଯାହା କାଲାପାନି, ଲିପୁଲେଖ ଏବଂ ଲିମ୍ପିୟାଧୁରାର ଭାରତୀୟ ଅଞ୍ଚଳକୁ ଏହାର ଅଞ୍ଚଳର ଅଂଶ ଭାବରେ ଦର୍ଶାଇଛି।

ABOUT THE AUTHOR

...view details