ଓଡିଶା

odisha

ETV Bharat / bharat

'ମରକଜ ଘଟଣାରେ ଭାରତକୁ ଲାଗିଲା କୋରୋନା ସଂକ୍ରମଣର ବଡ ଝଟକା'

ଭାରତରେ କୋରୋନା ବ୍ୟାପିବା ପଛରେ ତବଲିଗ ଜମାତ ଘଟଣା ମୁଖ୍ୟ ଦାୟୀ । ଏହି ସମ୍ମିଳନୀ ସରକାରଙ୍କ ଅଜାଣତାରେ ହୋଇଥିଲା । ଅଧିକ ପଢନ୍ତୁ...

'ମରକଜ ଘଟଣାରେ ଭାରତକୁ ଲାଗିଲା କୋରୋନା ସଂକ୍ରମଣର ବଡ ଝଟକା'
'ମରକଜ ଘଟଣାରେ ଭାରତକୁ ଲାଗିଲା କୋରୋନା ସଂକ୍ରମଣର ବଡ ଝଟକା'

By

Published : May 25, 2020, 1:41 PM IST

ନୂଆଦିଲ୍ଲୀ: ନିଜାମୁଦ୍ଦିନ ମର୍କାଜ ଘଟଣା ପରେ ହଠାତ କୋରୋନା ସଂକ୍ରମଣ ହେତୁ ଭାରତ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ । ସେ କହିଛନ୍ତି ଯେ ଏହି ଘଟଣା ସମସ୍ତ ସମ୍ପ୍ରଦାୟ ପାଇଁ ଏକ ଶିକ୍ଷା ଅଟେ ଯେ ଯେତେବେଳେ ଏକ ଦେଶ ସାମୂହିକ ନିଷ୍ପତ୍ତି ନିଏ, ସେତେବେଳେ ଏହାକୁ ଅନୁଶାସିତ ହୋଇ ଏହାକୁ ପାଳନ କରାଯିବା ଉଚିତ ।

ସେ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଏ ବିଷୟରେ ଆଲୋଚନା କରିବାର କୌଣସି ଅର୍ଥ ନାହିଁ କାରଣ ଯେଉଁମାନେ ତବଲିଗ ଜମାତ କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀଙ୍କ ସମ୍ପର୍କରେ ଆସିଥିଲେ ସେମାନଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ଯେଉଁମାନେ କୋରୋନା ସଂକ୍ରମିତ ହୋଇଥିଲେ ସେମାନଙ୍କୁ ଚିକିତ୍ସା କରାଯାଇଥିଲା। ବିଜେପି ମୁଖପାତ୍ର ଜିବିଏଲ ନରସିଂହ ରାଓଙ୍କ ସହ ବାର୍ତ୍ତାଳାପରେ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ତବଲିଗ ଜମାତ ଘଟଣା ପରେ ରାଜ୍ୟ ସରକାର, ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଏସବୁ ଉପରେ ନଜର ରଖିବା ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଯେତେବେଳେ କୋରୋନା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିଥିଲା ​​ସେତବେଳେ ଭାରତରେ ପ୍ରଥମ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଏହାର ଦେଢ ମାସ ପରେ ମଧ୍ୟ କେତେକ ରାଜ୍ୟରେ ଖୁବ କମ ମାମଲା ରିପୋର୍ଟ ହୋଇଥିଲା, ତେବେ ଏହା ଦୁର୍ଭାଗ୍ୟଜନକ ଘଟଣା ଥିଲା। ଦିଲ୍ଲୀରେ ଆଇନର କାର୍ଯ୍ୟକାରିତା ହେତୁ ଯେଉଁଠି 10 ରୁ 15 ଜଣ ଏକାଠି ହୋଇପାରିନଥିଲେ। ସେତେବେଳେ 18ରୁ ଉର୍ଦ୍ଧ୍ବ ଦେଶର ଲୋକ ସେଠାରେ ଏକାଠି ହୋଇଥିଲେ।

ବର୍ଦ୍ଧନ କହିଛନ୍ତି ଯେ, ନିଜାମୁଦ୍ଦିନ ଘଟଣାରେ ସାମାଜିକ ଦୂରତାର ନିୟମ ପାଳନ କରାଯାଇ ନଥିଲା । ବାହାରୁ ଆସିଥିବା ଲୋକମାନେ ସେମାନଙ୍କ ସହିତ ଏହି ଭାଇରସ ନେଇକି ଆସିଥିଲେ ଏବଂ ଏପରି ସମୟରେ ପ୍ରଶାସନର ଅଜାଣତରେ ଏକ ହଜାରରୁ ଅଧିକ ଲୋକ ଏକାଠି ହୋଇଥିଲେ । ଯେତେବେଳେ ଅଧିକାରୀମାନେ ସୂଚନା ପାଇଲେ ଏହି ଲୋକଙ୍କୁ ହଟାଇ ଦିଆଯାଇଥିଲା ଏବଂ ଅନେକ ଲୋକ ନିଜେ ସେଠାରୁ ଚାଲିଯାଇଥିଲେ। ହଠାତ୍ ସଂକ୍ରମଣ ମାମଲା ବଢିଗଲା ଏବଂ ସରକାର ଲକଡାଉନ ତଥା ଅନ୍ୟାନ୍ୟ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ।

ABOUT THE AUTHOR

...view details