ନୂଆଦିଲ୍ଲୀ: ସୀମାରେ ଜାରି ଉତ୍ତେଜନା ମଧ୍ୟରେ ଆଣ୍ଟି ରେଡିଏସନ ମିସାଇଲ ରୁଦ୍ରମର ସଫଳ ପରୀକ୍ଷଣ କରିଛି ଭାରତୀୟ ପ୍ରତିରକ୍ଷା ଓ ଅନୁସନ୍ଧାନ ବିକାଶ ସଙ୍ଗଠନ ତଥା ଡିଆରଡିଓ । ସୁଖୋଇ ଫାଇଟର ଏୟାରକ୍ରାଫ୍ଟରୁ ଏହି ମିସାଇଲର ସଫଳ ପରୀକ୍ଷଣ କରାଯାଇଛି ।
ସୁଖୋଇ ଏୟାରକ୍ରାଫ୍ଟରୁ 'ରୁଦ୍ରମ'ର ସଫଳ ପରୀକ୍ଷଣ କଲା DRDO - ରୁଦ୍ରମ ମିସାଇଲ
ଆଣ୍ଟି ରେଡିଏସନ ମିସାଇଲ ରୁଦ୍ରମର ସଫଳ ପରୀକ୍ଷଣ କରିଛି ଭାରତୀୟ ପ୍ରତିରକ୍ଷା ଓ ଅନୁସନ୍ଧାନ ବିକାଶ ସଙ୍ଗଠନ ତଥା ଡିଆରଡିଓ । ଅଧିକ ପଢନ୍ତୁ...
ସୁଖୋଇ ଏୟାରକ୍ରାଫ୍ଟରୁ 'ରୁଦ୍ରମ'ର ସଫଳ ପରୀକ୍ଷଣ କଲା DRDO
ଏହି ସ୍ବଦେଶୀ ମିସାଇଲ କୌଣସି ବି ପ୍ରକାର ସିଗ୍ନାଲ ତଥା ରେଡିଏସନକୁ ଟ୍ରାକ କରିବା ସହ ଏହାକୁ ନିଜ ରାଡାରକୁ ଆଣି ନଷ୍ଟ କରିବାର କ୍ଷମତା ରଖିଛି । ଏହା ପୂର୍ବରୁ ସୁପରସୋନିକ ମିସାଇଲ ଆସିଷ୍ଟେଡ ରିଲିଜ ଅଫ ଟର୍ପିଡୋ ସ୍ମାର୍ଟର ସଫଳ ପରୀକ୍ଷଣ କରାଯାଇଥିଲା । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏହାକୁ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପରୀକ୍ଷା କରିଥିଲା।
ରୁଦ୍ରମର ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଡିଆରଡିଓକୁ ଜଣାଇଛନ୍ତି ଅଭିନନ୍ଦନ ।
Last Updated : Oct 9, 2020, 6:21 PM IST