ଓଡିଶା

odisha

ETV Bharat / bharat

'କୋଟି କୋଟି ଲୋକଙ୍କୁ ଶୌଚାଳୟ ଯୋଗାଇବାରେ ଭାରତକୁ ମିଳିଛି ଅଦ୍ଭୁତପୂର୍ବ ସଫଳତା' - ଶୌଚାଳୟ ଦ୍ବାରା ମହିଳାଙ୍କ ସମ୍ମାନ ବୃଦ୍ଧି ପାଇଛି

ବିଗତ କିଛି ବର୍ଷ ମଧ୍ୟରେ ଦେଶରେ ସ୍ବଚ୍ଛତା ବଜାୟ ରଖିବା ପାଇଁ କୋଟି କୋଟି ଭାରତୀୟଙ୍କୁ ଶୌଚାଳୟ ଯୋଗାଇଦେବାରେ ଭାରତ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ବୋଲି ବିଶ୍ବ ଶୌଚାଳୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରିଛନ୍ତି । ଅଧିକ ପଢନ୍ତୁ...

'କୋଟି କୋଟି ଲୋକଙ୍କୁ ଶୌଚାଳୟ ଯୋଗାଇବାରେ ଭାରତ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି'
'କୋଟି କୋଟି ଲୋକଙ୍କୁ ଶୌଚାଳୟ ଯୋଗାଇବାରେ ଭାରତ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି'

By

Published : Nov 19, 2020, 2:09 PM IST

ନୂଆଦିଲ୍ଲୀ: ବିଗତ କିଛି ବର୍ଷ ମଧ୍ୟରେ ଦେଶରେ ସ୍ବଚ୍ଛତା ବଜାୟ ରଖିବା ପାଇଁ କୋଟି କୋଟି ଭାରତୀୟଙ୍କୁ ଶୌଚାଳୟ ଯୋଗାଇଦେବାରେ ଭାରତ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି । ସରକାରଙ୍କ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଶୌଚାଳୟ ନିର୍ମାଣ ମହିଳାଙ୍କ ସମ୍ମାନ ରକ୍ଷା କରିବା ସହିତ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିଛି । ବିଶେଷକରି ନାରୀଶକ୍ତି ବେଶ୍ ଉପକୃତ ହୋଇଛନ୍ତି ବୋଲି ଗୁରୁବାର ଶୌଚାଳୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି ।

'କୋଟି କୋଟି ଲୋକଙ୍କୁ ଶୌଚାଳୟ ଯୋଗାଇବାରେ ଭାରତ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି'

ସମସ୍ତଙ୍କୁ ନିରାପଦ ପରିମଳ ବ୍ୟବସ୍ଥା ଓ ସ୍ବଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ବବ୍ୟାପୀ ଶୌଚାଳୟ ଦିବସ ପାଳନ କରାଯାଏ । ଖୋଲାରେ ଶୌଚ କରିବା ଦ୍ବାରା ପରିବେଶ ପ୍ରଦୂଷିତ ହେବା ସହ ମହିଳାଙ୍କ ପ୍ରତି ବିପଦ ରହିଛି । ଏହାକୁ ଦେଖି 2001 ମସିହାରେ ବିଶ୍ବ ଶୌଚାଳୟ ସଙ୍ଗଠନ ନଭେମ୍ବର 19କୁ ବିଶ୍ବ ଶୌଚାଳୟ ଦିବସ ରୂପେ ପାଳିବାକୁ ନିଷ୍ପତ୍ତି ନେଇଥିଲେ । ପରେ 2012ରେ ମିଳିତ ଜାତିସଂଘ ଔପଚାରିକ ଭାବେ ଏହି ଦିନକୁ ବିଶ୍ବ ଶୌଚାଳୟ ଦିବସ ପାଳିବାକୁ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details