ଜେନେଭା: ବିଶ୍ବ ସମୁଦାୟରେ ପାକିସ୍ତାନକୁ ଭାରତର କଡା ଜବାବ । ଜାତିସଂଘର ମାନବାଧିକାର ପରିଷଦରେ ଭାରତୀୟ ବିଦେଶ ମନ୍ତ୍ରଣାଳୟର (ପୂର୍ବ) ସଚିବ ବିଜୟ ଠାକୁର କାଶ୍ମୀରକୁ ନେଇ ପାକିସ୍ତାନର ପକ୍ଷରୁ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଏ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି।
କାଶ୍ମୀର ପ୍ରସଙ୍ଗରେ ମିଛ କହୁଛି ପାକିସ୍ତାନ: ବିଜୟ ଠାକୁର - ସଂଯୁକ୍ତ ରାଷ୍ଟ୍ର ମାନବାଧାକାର ପରିଷଦ
ଜାତିସଂଘର ମାନବାଧିକାର ପରିଷଦରେ ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ମିଥ୍ୟା ତଥ୍ୟ ପ୍ରଚାର କରୁଥିବା କହିଛନ୍ତି ବିଦେଶ ମନ୍ତ୍ରଣାଳୟର (ପୂର୍ବ) ସଚିବ ବିଜୟ ଠାକୁର ।
କାଶ୍ମୀରକୁ ନେଇ ପାକିସ୍ତାନ ଲଗାଉଥିବା ଆରୋପ ସମ୍ପୂର୍ଣ୍ଣ ତଥ୍ୟହୀନ ବୋଲି କହିଛନ୍ତି ଭାରତୀୟ ବିଦେଶ ମନ୍ତ୍ରଣାଳୟର ସଚିବ। ମାନବାଧିକାର ଉପରେ ପାକିସ୍ତାନର ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ସେ।
ଧିରେ ଧିରେ କାଶ୍ମୀର ସ୍ଥିତି ସୁଧୁରୁଥିବା ବେଳେ, ଏଠାକାର ପରିସ୍ଥିତିକୁ ନେଇ ପାକିସ୍ତାନ ମିଛ କହୁଛି ବୋଲି ବିଜୟ ଠାକୁର ଜଣାଇଛନ୍ତି। ବିଦେଶ ସଚିବ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀର ଓ ଲଦାଖ ଭାରତର ଅଭିନ୍ନ ଅଙ୍ଗ । କାଶ୍ମୀର ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ମାମଲା ହୋଇଥିବା ବେଳେ, ପାକିସ୍ତାନ ଏ ମାମଲାରେ ମିଛ ପ୍ରଚାର କରିବାରେ ଲାଗିଛି। ଏହା ସହ ମୋଦି ସରକାର ଘାଟିରେ ସାମାଜିକ, ଆର୍ଥିକ ଓ ନ୍ୟାୟକୁ ପ୍ରୋତ୍ସାହନ ଦେବାପାଇଁ ଉଚିତ ପଦକ୍ଷେପ ନେଇଥିବା ବିଦେଶ ସଚିବ କହିଛନ୍ତି।