ନୂଆଦିଲ୍ଲୀ: ଚୀନ ପୁଣିଥରେ କାଶ୍ମୀର ପ୍ରସଙ୍ଗକୁ ଜାତିସଙ୍ଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଉଠାଇଲା । ଏଥରରି ସବୁଥର ପରି କାଟ ଖାଇଲା କାଶ୍ମୀର ପ୍ରସଙ୍ଗ । ପାକିସ୍ତାନର ଚାଲ ବଫଳ ହେଲା । ଉଭୟ ଦେଶ ଜାତିସଙ୍ଘରେ ଲଜ୍ଜିତ ହେଲେ । ତେବେ ପାକିସ୍ତାନ ଏବଂ ଚୀନର ଏହି ଉଦ୍ୟମ ବିଫଳ ହେବାପରେ ଉଭୟ ଦେଶକୁ ଉପଦେଶ ଦେଇଛି ଭାରତ । ଦ୍ବୀପାକ୍ଷିକ ପ୍ରସଙ୍ଗର ଚର୍ଚ୍ଚା ପାଇଁ ଜାତିସଙ୍ଘ ମଞ୍ଚର ଦୂରୁପଯୋଗ ଅନୁଚିତ । ଭବିଷ୍ୟତରେ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ଉଚିତ ବୋଲି ଗୁରୁବାର ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରବୀଶ କୁମାର କହିଛନ୍ତି ।
ପାକିସ୍ତାନ ଏବଂ ଚୀନ ଉଦ୍ଦେଶ୍ୟରେ ରବୀଶ କୁମାର କହିଛନ୍ତି, ଏକ ଜାତିସଙ୍ଘ ସୁରକ୍ଷା ପରିଷଦ ସଦସ୍ୟ(ଚୀନ) ଜରିଆରେ ପାକିସ୍ତାନ ପୁଣି ଥରେ ଦ୍ଵିପାକ୍ଷିକ ପ୍ରସଙ୍ଗର ଆଲୋଚନା ପାଇଁ ୟୁଏନ ମଞ୍ଚର ଦୁରୁପଯୋଗ କରିଛି । କିନ୍ତୁ ପାକିସ୍ତାନକୁ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହେବାକୁ ପଡ଼ିଛି । ପୁଣି ଥରେ ଅନୌପଚାରିକ ରୁଦ୍ଧ ଦ୍ଵାର ବୈଠକର ନିଷ୍କର୍ସ ବାହାରିନି । ପାକିସ୍ତାନର ଭିତ୍ତିହୀନ ଅଭିଯୋଗରେରେ କୌଣସି ସତ୍ୟତା ନାହିଁ। ଏହା ଏକ ଦ୍ଵିପାକ୍ଷିକ ପ୍ରସଙ୍ଗ । ଏଠାରେ ସେମାନଙ୍କୁ ସ୍ପଷ୍ଟ ରୂପରେ ସନ୍ଦେଶ ମିଳିଛି କି, ଭାରତ-ପାକିସ୍ତାନ ମଧ୍ୟରେ ଥିବା ପ୍ରସଙ୍ଗ ଦ୍ବୀପାକ୍ଷିକ ଆଲୋଚନା ଦ୍ବାରା ହିଁ ସମାଧାନ ହେବ ।