ଓଡିଶା

odisha

ETV Bharat / bharat

ଦାଉଦକୁ ଭାରତ ଆଣିବା ପାଇଁ ପାକ୍‌ ଉପରେ ଚାପ ପକାଇବାକୁ ହେବ: ଅଠୱେଲା - ଦାଉଦକୁ ଭାରତ ଫେରାଇ ଆଣିବାକୁ

ଦାଉଦ ଇବ୍ରାହିମ ଭଳି ଆତଙ୍କବାଦୀଙ୍କୁ ଫାଶୀ ଦେବା ଜରୁରୀ ବୋଲି କେନ୍ଦ୍ର ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଆଠୱେଲା କହିଛନ୍ତି । ଏଥିପାଇଁ ପାକିସ୍ତାନ ଉପରେ ଚାପ ପକାଇବାକୁ ସେ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଅଧିକ ପଢନ୍ତୁ...

ଦାଉଦକୁ ଭାରତ ଫେରାଇ ଆଣିବାକୁ ପାକ୍‌ ଉପରେ ଚାପ ପକାଇବାକୁ ହେବ
ଦାଉଦକୁ ଭାରତ ଫେରାଇ ଆଣିବାକୁ ପାକ୍‌ ଉପରେ ଚାପ ପକାଇବାକୁ ହେବ

By

Published : Aug 24, 2020, 12:04 PM IST

ମୁମ୍ବାଇ: 1993 ମୁମ୍ବାଇ ବିସ୍ଫୋରଣ ମାଷ୍ଟର ମାଇଣ୍ଡ ତଥା ଅଣ୍ଡର ୱାର୍ଲ୍ଡ ଡନ ଦାଉଦ ଇବ୍ରାହିମକୁ ଭାରତକୁ ଆଣିବାକୁ ପାକିସ୍ତାନ ଉପରେ ଚାପ ପକାଯାଉ । କରାଚୀରେ ଦାଉଦ ରହୁଥିବା ନେଇ ଖୋଦ ପାକିସ୍ତାନ ସ୍ବୀକାର କରିବା ପରେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କେନ୍ଦ୍ର ସରକାରଙ୍କୁ ଏପରି ନିବେଦନ କରିଛନ୍ତି । ଇବ୍ରାହିମଙ୍କ ପରି ଅପରାଧୀଙ୍କୁ ଫାଶୀ ଦେବା ଜରୁରୀ ବୋଲି ଅଠୱେଲା କହିଥିଲେ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, 1993 ମୁମ୍ବାଇ ସିରିଏଲ ବିସ୍ଫୋରଣ ମାଷ୍ଟରମାଇଣ୍ଡ ଇବ୍ରାହିମକୁ ଭାରତ ଆଣିବାକୁ ପାକିସ୍ତାନ ଉପରେ ଚାପ ପକାଇବାକୁ ପଡିବ। ପାକିସ୍ତାନ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ବୀକାର କରୁନାହିଁ ଯେ, ସେମାନେ ଦାଉଦଙ୍କୁ ଆଶ୍ରୟ ଦେଇଥିଲେ । ଏଥିସହ ସେ, ଗୃହମନ୍ତ୍ରଣାଳୟକୁ ଚିଠି ଲେଖି ଦାଉଦର ଫାଶୀ ମାଗିବେ ବୋଲି କହିଥିଲେ ।

ସୂଚନାଯୋଗ୍ୟ, ଶୁକ୍ରବାର ପାକିସ୍ତାନ 88 ଆତଙ୍କବାଦୀଙ୍କ ନାଁ ଜାରି କରି ଜାତିସଂଘ ସୁରକ୍ଷା ପରିଷଦର ନିର୍ଦ୍ଦେଶ ଅନୁସାରେ ସମସ୍ତ ସମ୍ପତ୍ତି ଜବତ କରିବ ।ଏହି ତାଲିକାରେ ଦାଉଦ ଇବ୍ରାହିମର ନାଁ ରହିଛି। ଏହାର ଅର୍ଥ ଦାଉଦ ପାକିସ୍ତାନର ରହିଛି ।

ABOUT THE AUTHOR

...view details