ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ-ଚୀନ ମଧ୍ୟରେ ବିବାଦ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଉଭୟ ଦେଶ ସୀମାରେ ସେନାଠାରୁ ଆରମ୍ଭ କରି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମୁତୟନ କରୁଛନ୍ତି । ତେବେ ଇତି ମଧ୍ୟରେ ଭାରତୀୟ ନୌସେନା 12ରୁ ଅଧିକ ଅତ୍ୟାଧୁନିକ ଡଙ୍ଗା ପେଟ୍ରୋଲିଂ ପାଇଁ ଲଦାଖ ପଠାଉଥିବା ଜଣାପଡିଛି । ଏହା ଦ୍ବାରା ଭାରତୀୟ ସେନାକୁ ପେଙ୍ଗୋଗ ତ୍ସୋରେ ଗସ୍ତ କରିବା ପାଇଁ ସୁବିଧା ହେବ । ଏହା ବ୍ୟତୀତ ସେନା ଏହି ଡଙ୍ଗା ସାହାଯ୍ୟରେ ଚୀନ ସେନାର 928 ବି ଟାଇପ ଜାହାଜକୁ କଡା ଟକ୍କର ଦେବ ।
ପେଙ୍ଗୋଗ ତ୍ସୋ ହ୍ରଦରେ ଚୀନକୁ ଟକ୍କର ଦେବ ନୌସେନାର ଅତ୍ୟାଧୁନିକ ଡଙ୍ଗା - india china border news
ଭାରତୀୟ ନୌସେନା 12ରୁ ଅଧିକ ଅତ୍ୟାଧୁନିକ ଡଙ୍ଗା ପେଟ୍ରୋଲିଂ ପାଇଁ ଲଦାଖ ପଠାଉଥିବା ଜଣାପଡିଛି । ଏହା ଦ୍ବାରା ଭାରତୀୟ ସେନାକୁ ପେଙ୍ଗୋଗ ତ୍ସୋରେ ଗସ୍ତ କରିବା ପାଇଁ ସୁବିଧା ହେବ ।
ପେଙ୍ଗୋଗ ତ୍ସୋ ହ୍ରଦ ପୂର୍ବ ଲଦାଖରେ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ଆକ୍ରୋଶର କେନ୍ଦ୍ରରେ ରହିଛି । ଭାରତର ତିନି ସେନା ଦ୍ବାରା ଷ୍ଟିଲରେ ନିର୍ମିତ ଏହି ଡଙ୍ଗାକୁ ପେଙ୍ଗୋଗ ତ୍ସୋକୁ ପଠାଇବାର ନିଷ୍ପତ୍ତି ଏହି ସପ୍ତାହରେ ନିଆଯାଇଛି । ନୌସେନା ଏହି ଡଙ୍ଗାକୁ C-17ହେଭି ଲିଫ୍ଟ ପରିବହନକାରୀ ମାଧ୍ୟମରେ ପ୍ରାଥମିକ ଭିତ୍ତିରେ ପରିବହନ କରିବାକୁ କହିଛି ।
ଚୀନର ଯେକୌଣସି ଗତିବିଧିର ଜବାବ ଏହି ଡଙ୍ଗା ଦ୍ବାରା ଦିଆଯାଇପାରିବ । ତେବେ ଭାରତୀୟ ନୌସେନା ଏହାର ପୂର୍ବ ଏବଂ ପଶ୍ଚିମ ସମୁଦ୍ରରେ ଅଗ୍ରଗାମୀ ହୋଇ ନୌବାହିନୀ ଜାହାଜ ସହ ଆଣ୍ଡାମାନ ସାଗରରୁ ପାରସ୍ୟ ଉପସାଗର ପର୍ଯ୍ୟନ୍ତ ଚୀନ ଜାହାଜର ଗତିବିଧି ଉପରେ ନଜର ରଖିଛି।