ଓଡିଶା

odisha

ETV Bharat / bharat

ମୋବାଇଲ ଉତ୍ପାଦନରେ ଭାରତ ବୃହତ୍ତମ ଦେଶ: ରବିଶଙ୍କର - 300 ଟି ମୋବାଇଲ ଉତ୍ପାଦନ ୟୁନିଟ ପ୍ରତିଷ୍ଠା

ପ୍ରସାଦଙ୍କ ଅନୁଯାୟୀ, ଭାରତରେ 330 ନିୟୁତ ମୋବାଇଲ ହ୍ୟାଣ୍ଡସେଟ ପ୍ରସ୍ତୁତ କରାଯାଇଛି।ସେ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ 300 ଟି ମୋବାଇଲ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରାଯାଇଛି।

india
ମୋବାଇଲ ଉତ୍ପାଦନରେ ଭାରତ ବୃହତ୍ତମ ଦେଶ

By

Published : Jun 2, 2020, 2:22 PM IST

ନୂଆଦିଲ୍ଲୀ: ମୋବାଇଲ ଫୋନ ଉତ୍ପାଦନରେ ଭାରତ ବୃହତ୍ତମ ଦେଶ ହୋଇ ଉଭା ହୋଇଛି । ସୋମବାର କିଛି ଏଭଳି କହିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ । ସେ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ 300 ଟି ମୋବାଇଲ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରାଯାଇଛି।

ପ୍ରସାଦଙ୍କ ଅନୁଯାୟୀ, ଭାରତରେ 330 ନିୟୁତ ମୋବାଇଲ ହ୍ୟାଣ୍ଡସେଟ ପ୍ରସ୍ତୁତ କରାଯାଇଛି। ଯଦି 2014 ବର୍ଷ ତୁଳନାରେ, ସେତେବେଳେ ଦେଶରେ 60 ନିୟୁତ ସ୍ମାର୍ଟଫୋନ ତିଆରି କରାଯାଇଥିଲା ଏବଂ କେବଳ ଦୁଇଟି ମୋବାଇଲ୍ ଉତ୍ପାଦନ କାରଖାନା ଭାରତରେ ଥିଲା । ମାତ୍ର 2014 ମସିହାରେ ଭାରତରେ ନିର୍ମିତ ମୋବାଇଲ ଫୋନର ମୂଲ୍ୟ 3 ବିଲିୟନ ଡ଼ଲାର ଥିଲା। ଏଥିସହିତ, ଏହି ମୂଲ୍ୟ 2019 ମସିହାରେ 30 ବିଲିୟନ ଡଲାରକୁ ବୃଦ୍ଧି ପାଇଛି।

କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସୂଚନା

ଲୋକପ୍ରିୟ ସାମସଙ୍ଗ କମ୍ପାନୀ ମଧ୍ୟ ଭାରତରେ ଫୋନ ତିଆରି କରୁଛି । କମ୍ପାନୀ ନୋଏଡା ଠାରେ ବିଶ୍ବର ସର୍ବବୃହତ ମୋବାଇଲ ତିଆରି କାରଖାନା ମଧ୍ୟ ସ୍ଥାପନ କରିଛି । ଧୀରେ ଧୀରେ କରି ଅନେକ କମ୍ପାନୀ ମଧ୍ୟ ଭାରତରେ ସ୍ମାର୍ଟଫୋନ ତିଆରି କରିବା ଆରମ୍ଭ କରିଲେଣି ବୋଲି ମଧ୍ୟ ରବିଶଙ୍କର କହିଛନ୍ତି ।

ABOUT THE AUTHOR

...view details