ଓଡିଶା

odisha

ETV Bharat / bharat

'ମସୁଦ ଅଜହରକୁ ଆଶ୍ରୟ ଦେଇଛି ପାକିସ୍ତାନ' - foreign ministry

ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦାୟୀତ୍ବ ଗ୍ରହଣ କରିଥିବା ଜୈଶ-ଏ-ମହମ୍ମଦ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ସେ ଏହି ମାମଲାର ଅଭିଯୁକ୍ତ ମସୁଦ ଅଜହରକୁ ଆଶ୍ରୟ ଦେଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ।

'ମସୁଦ ଅଜହରକୁ ଆଶ୍ରୟ ଦେଇଛି ପାକିସ୍ତାନ'
'ମସୁଦ ଅଜହରକୁ ଆଶ୍ରୟ ଦେଇଛି ପାକିସ୍ତାନ'

By

Published : Aug 27, 2020, 8:48 PM IST

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ଏବଂ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଅଜହରକୁ ଆଶ୍ରୟ ଦେଇଥିବା ନେଇ ପାକିସ୍ତାନ ଉପରେ ବର୍ଷିଛି ଭାରତ । ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜାରି କରି କୁହାଯାଇଛି, ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦାୟିତ୍ବ ଗ୍ରହଣ କରିଥିବା ଜୈଶ-ଏ-ମହମ୍ମଦ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ସେ ଏହି ମାମଲାର ଅଭିଯୁକ୍ତ ମସୁଦ ଅଜହରକୁ ଆଶ୍ରୟ ଦେଇଛି । ତେବେ ଏହି ମାମଲାରେ ଏନଆଇଏ ଚାର୍ଜସିଟ ଦାଖଲ କରିଛି । ଆତଙ୍କବାଦ ଏବଂ ଏପରି ଜଘନ୍ୟ ଅପରାଧର ଅପରାଧୀଙ୍କ ବିରୋଧରେ ଏନଆଇଏ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ।

ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଫେବୃଆରୀ 14, 2019 ରେ ଏହି ଆକ୍ରମଣ ହୋଇଥିଲା । ଏହାର ଦେଢ ବର୍ଷ ପରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ତଥା ଏପରି ଜଘନ୍ୟ ଅପରାଧର ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ଏହି ଚାର୍ଜସିଟ ଦାଖଲ କରାଯାଇଛି। ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଏବଂ ଏହାର ନେତୃତ୍ବ ପାକିସ୍ତାନରେ ଅଛନ୍ତି । ପଡୋଶୀ ଦେଶ ସହ ଆମେ ସେମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ସେୟାର କରିଛୁ ବୋଲି ଶ୍ରୀବାସ୍ତବ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଜୈଶ ପୁଲୱାମା ଆକ୍ରମଣର ଦାୟୀତ୍ବ ଗ୍ରହଣ କରିଛି। ଆମେ ପାକିସ୍ତାନ ସହ ସେମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ସେୟାର କରିଛୁ। କିନ୍ତୁ ପାକିସ୍ତାନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । 2008 ମସିହାରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅପରାଧୀଙ୍କ ବିରୋଧରେ ପାକିସ୍ତାନ ଏପର୍ଯ୍ୟନ୍ତ କୌଣସି ବିଶ୍ବାସନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ବୋଲି ଶ୍ରୀବାସ୍ତବ କହିଛନ୍ତି ।

ABOUT THE AUTHOR

...view details