ଓଡିଶା

odisha

ETV Bharat / bharat

‘ପାକିସ୍ତାନର ଡିଏନଏରେ ଅଛି ଆତଙ୍କବାଦ’ - pakistan has dna of terrorism

UNESCOରେ ପାକିସ୍ତାନକୁ କଡା ଜବାବ ଦେଇଛନ୍ତି ଭାରତ ପ୍ରତିନିଧି ଅନନ୍ୟା ଅଗ୍ରୱାଲ। ପାକିସ୍ତାନ ବାରମ୍ବାର ଆମ ଦେଶର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ଖେଳାଉଥିବାରୁ ଏହାର କଡା ନିନ୍ଦା କରିଛନ୍ତି ସେ।

‘ପାକିସ୍ତାନର DNAରେ ଅଛି ଆତଙ୍କବାଦ’

By

Published : Nov 15, 2019, 3:08 PM IST

ନୂଆଦିଲ୍ଲୀ: ପୁଣି ପଡୋଶୀ ପାକିସ୍ତାନ ଅସଲ ମୁଖା ଖୋଲିଛନ୍ତି ଜାତିସଂଘରେ ଭାରତକୁ ପ୍ରତିନିଧିତ୍ବ କରୁଥିବା ଅନନ୍ୟା ଅଗ୍ରୱାଲ । ଆର୍ଥିକ ସଙ୍କଟରେ ଗତି କରୁଥିଲେ ବି ପାକିସ୍ତାନର ଡିଏନଏରେ ଆତଙ୍କବାଦ ଥିବା କହି ପାକିସ୍ତାନ ବିରୋଧରେ ଜୋରଦାର ବର୍ଷିଛନ୍ତି ସେ।

ସେ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନ ଏକ ମିଛୁଆ ରାଷ୍ଟ୍ର । ନିଜର ବିପରୀତ କାର୍ଯ୍ୟ ପାଇଁ ଆଜି ସେ ଆର୍ଥିକ ସଙ୍କଟ ଓ ସାମାଜିକ ବ୍ୟବସ୍ଥାରେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛି । ଏଥିସହ ମିଳିତ ଜାତିସଂଘରେ ପାକିସ୍ତାନ ବାରମ୍ବାର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉଠାଉଥିବାରୁ ଏହାକୁ କଡା ନିନ୍ଦା କରିଛନ୍ତି ସେ ।

ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପାକିସ୍ତାନ ବାରମ୍ବାର ଭାରତର ଆଭ୍ୟନ୍ତରୀଣ ମାମଲା ଉପସ୍ଥାପନ କରୁଛି, ହେଲେ ନିଜ ରାଷ୍ଟ୍ରରେ ହେଉଥିବା ସଂଖ୍ୟାଲଘୁଙ୍କ ମାନବାଧିକାର କ୍ଷୁର୍ଣ୍ଣ ପ୍ରସଙ୍ଗରେ ଚୁପ ରହୁଛି। ପାକିସ୍ତାନରେ ରହିବାକୁ ସେମାନେ ସୁରକ୍ଷିତ ମଣୁନାହାଁନ୍ତି । ଭାରତ-ପାକିସ୍ତାନ ବିଭାଜନ ହେବା ପରେ ପାକିସ୍ତାନରେ 23 ପ୍ରତିଶତ ସଂଖ୍ୟା ଲଘୁ ସଂପ୍ରଦାୟର ଲୋକ ଥିଲେ । ପରେ ଏହା ହ୍ରାସ ପାଇ ମାତ୍ର 3 ପ୍ରତିଶତରେ ପହଞ୍ଚିଛି । ସେଠାରେ ଶିଖ୍, ହିନ୍ଦୁ, ଶିୟା ଓ ବଲୋଚ ସମ୍ପ୍ରଦାୟଙ୍କ ପ୍ରତି ଆପତ୍ତି ଜନକ ଟିପ୍ପଣୀ ସହ ଧର୍ମ ପରିବର୍ତ୍ତନ କରାଯାଉଛି । ଖାଲି ସେତିକି ନୁହେଁ ଅନର କିଲିଂ, ଏସିଡ୍‌ ଆର୍ଟାକ ଓ ବାଲ୍ୟ ବିବାହ ଭଳି ପ୍ରଥାରେ ଲୋକେ ଚିନ୍ତିତ ବୋଲି କହିଛନ୍ତି ଅନନ୍ୟା ଅଗ୍ରୱାଲ।

ABOUT THE AUTHOR

...view details