ଗୌହ୍ବାଟୀ: ଆସାମ କାଜିରଙ୍ଗା ନ୍ୟାସନାଲ ପାର୍କରେ ଦେଶରେ ପ୍ରଥମ ତଥା ଏକମାତ୍ର ଗୋଲଡେନ(ସୁନେଲୀ ରଙ୍ଗ)ର ବାଘ ଦେଖିବାକୁ ମିଳିଛି । ବନ୍ୟଜନ୍ତୁ ଫଟୋଗ୍ରାଫି ସମୟରେ ଏହି ବାଘଟିର ଫଟୋ ନିଆଯାଇଛି । ଏହି ବାଘକୁ ଲୋକେ ଟ୍ୟାବି ଓ ଷ୍ଟ୍ରବେରୀ ନାମରେ ଡାକନ୍ତି। ଯିଏ ବି ଏହି ବାଘର ରଙ୍ଗ ଦେଖିବ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ ।
ଏହି ଗୋଲଡେନ ବାଘ ଶରୀରରେ ଲାଲ ଓ ବାଦାମୀ ରଙ୍ଗର ଚିହ୍ନ ରହିଛି । କିନ୍ତୁ ସମ୍ପୂର୍ଣ୍ଣ ଶରୀର ଗୋଲଡେନ ରଙ୍ଗର । ଏହି ରଙ୍ଗ ଯୋଗୁଁ ବଙ୍ଗଳା ଟାଇଗର ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛି। ବଙ୍ଗଳା ବାଘମାନଙ୍କ ଶରୀରରେ କଳା ରଙ୍ଗର ଚିହ୍ନ ଥାଏ।