ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛନ୍ତି । ଏହାକୁ ନେଇ ଚୀନର ବୟାନକୁ ଭାରତ କଡା ଜବାବ ଦେଇଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର ଜମ୍ମୁ-କାଶ୍ମୀର ପୁନର୍ଗଠନ ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଚୀନ ଭାରତର ଆଭ୍ୟନ୍ତରୀଣ ମାମଲା ଉପରେ ଟିପ୍ପଣୀ ଦେବାରୁ ନିଜକୁ ଦୂରେଇ ରଖିବା ପାଇଁ ସଚେତନ କରିଛନ୍ତି । କେବଳ ଚୀନ ନୁହେଁ, କୌଣସି ଅନ୍ୟ ଦେଶ ଭାରତ ଆଭ୍ୟନ୍ତରୀଣ ମାମଲାରେ ବୟାନବାଜି ନକରିବା ପାଇଁ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର କହିଛନ୍ତି । ଏହାସହ ସେ ଆହୁରି କହିଛନ୍ତି ଯେ ଚୀନ ଭାରତର କିଛି ଅଞ୍ଚଳରେ ଅବୈଧ କବ୍ଜା କରିଛି ।
ଚୀନକୁ ଭାରତର ତାଗିଦ୍: ଆଭ୍ୟନ୍ତରୀଣ ମାମଲାରେ ବୟାନ ବାଜିକୁ କଡା ଜବାବ - ଲଦାଖକୁ ନେଇ ଚୀନ
ଭାରତ ସରକାର ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛନ୍ତି । ଏହାକୁ ନେଇ ଚୀନର ବୟାନକୁ ଭାରତ କଡା ଜବାବ ଦେଇଛି । ଅଧିକ ପଢନ୍ତୁ...
ବିୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ରବିଶ କୁମାର ଆହୁରି କହିଛନ୍ତି ଯେ, ଜମ୍ମୁ-କାଶ୍ମୀର ପୁନର୍ଗଠନ ସ୍ଵରୂପ ଜାମ୍ମୁ-କାଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ହେବା ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଓ ଭାରତର ଅଭିନ୍ନ ଅଙ୍ଗ । ଭାରତ ଅନ୍ୟ ଦେଶ ଠାରୁ ଭାରତର ସଂପ୍ରଭୃତା ଓ କ୍ଷେତ୍ରୀୟ ଅଖଣ୍ଡତାର ସମ୍ମାନ ଆଶା ରଖୁଥିବା ସେ କହିଛନ୍ତି । ଜମ୍ମୁ-କାଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳର ଏକ ବଡ ଅଞ୍ଚଳ ଚୀନ କବ୍ଜା କରିଥିବା କଥା ସେ କହିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ, ଗୁରୁବାର ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗେଙ୍ଗ ଶୁଆଙ୍ଗ, ଭାରତ ସରକାର ଜମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଣତ କରିବା ବେଆଇନ୍ ବୋଲି ବୟାନ ଦେଇଥିଲେ ।