ଓଡିଶା

odisha

By

Published : Oct 16, 2020, 9:53 AM IST

ETV Bharat / bharat

ଦେଶରେ କମୁଛି ସଂକ୍ରମଣ, 24 ଘଣ୍ଟାରେ 63371 ନୂଆ ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, 24ଘଣ୍ଟାରେ ଦେଶରେ 63,371 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 895 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 73 ଲକ୍ଷ 70 ହଜାର 469ରେ ପହଞ୍ଚିଛି ।

24 ଘଣ୍ଟାରେ  63,371 ନୂଆ ଆକ୍ରାନ୍ତ ଚିହ୍ନଟ
24 ଘଣ୍ଟାରେ 63,371 ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ପୂର୍ବ ତୁଳନାରେ ଦେଶରେ ଧୀରେ ଧୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଯାହା ଲୋକଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର । ତେବେ 24ଘଣ୍ଟାରେ ଦେଶରେ 63,371 ନୂଆଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 895 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 73 ଲକ୍ଷ 70 ହଜାର 469ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 64 ଲକ୍ଷ 53 ହଜାର 780 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେବି 8 ଲକ୍ଷ 4 ହଜାର 528 ଆକ୍ରାନ୍ତ ଦେଶରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଦେଶରେ 1 ଲକ୍ଷ 12 ହଜାର 161 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details